କରୋନା ସହ ଲଢେଇ : ଓଡ଼ିଶାର ଗ୍ରାମପଞ୍ଚାୟତମାନଙ୍କୁ କେନ୍ଦ୍ର ଦେଲା ୩୩୩ କୋଟି ଆର୍ଥିକ ସହାୟତା

କେନ୍ଦ୍ର ଦେଲା ୩୩୩ କୋଟି ଟଙ୍କାର ଆର୍ଥିକ ସହାୟତା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଶନିବାର ଦିନ ୨୫ଟି ରାଜ୍ୟକୁ ୮,୯୨୩ କୋଟି ୮୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥା (ଆରଏଲବି) କୁ ଅନୁଦାନ ପ୍ରଦାନ କରିଛି। ଏହି ଅନୁଦାନ ପଞ୍ଚାୟତିରାଜର ତିନୋଟି ସ୍ତର – ଗ୍ରାମ, ବ୍ଲକ ଏବଂ ଜିଲ୍ଲା ପାଇଁ ଖର୍ଚ୍ଚ ହେବ। ଅର୍ଥ ମନ୍ତ୍ରଣାଳୟ ରବିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛି। ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି ଏହି ଅର୍ଥ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଦ୍ୱାରା କୋଭିଡ -୧୯ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥାରେ ବ୍ୟବହାର କରାଯାଇପାରିବ। ମନ୍ତ୍ରଣାଳୟ ମଧ୍ୟ ବିଭିନ୍ନ ରାଜ୍ୟକୁ ଦିଆଯାଇଥିବା ଅନୁଦାନର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା ଅନୁଯାୟୀ ଉତ୍ତରପ୍ରଦେଶ ସର୍ବାଧିକ ୧୪୪୧.୬ କୋଟି ଟଙ୍କା ପାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିୟାଣାକୁ ୧୮୭ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ରାଜସ୍ଥାନକୁ ୫୭୦.୮ କୋଟି ଏବଂ ତାମିଲନାଡୁ ୫୩୩.୨ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ସେହିପରି ଓଡ଼ିଶାକୁ ୩୩୩ କୋଟି ୮୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି।

Share Now:

Kalinga News Beuro

Next Post

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ

Sun May 9 , 2021
ନୂଆଦିଲ୍ଲୀ: ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ପରବର୍ତ୍ତୀ ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଚୟନ କରାଯାଇଥିବା ଜଣାପଡିଛି। ଆଜିର ବୈଠକରେ ରାଜ୍ୟ ବିଜେପି ସଭାପତି ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ବିଧାୟିକା ନନ୍ଦିତା ଗାର୍ଲୋସା ବିଧାୟକ ଦଳର ନେତା ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ ବୋଲି ଜଣାପଡିଛି। ସୂଚନା […]
ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial