ଅଗଷ୍ଟା ହେଲିକ୍ୟାପ୍ଟର ବିବାଦ : ମଧ୍ୟସ୍ଥିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକ୍ୟାପ୍ଟର କ୍ରୟ ବିବାଦରେ ମଧ୍ୟସ୍ଥି ଖ୍ରିଷ୍ଟିଆନ୍‌ ମିସେଲ୍‌ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଆଜି ଦୁବାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାଦୀୟ ହେଲିକ୍ୟାପ୍ଟର କ୍ରୟ ମାମଲାରେ ମିସେଲଙ୍କୁ ଜେରା ପାଇଁ ଭାରତ ଆଣିବାକୁ ତଦନ୍ତକାରୀ ସଂସ୍ଥାମାନେ ଲଗାତାର ପ୍ରୟାସ ଜାରି ରଖିଥିଲେ। ଫେବ୍ରୁଆରି ୨୦୧୭ରେ ମିସେଲଙ୍କୁ ୟୁଏଇରୁ ଗିରଫ କରାଯାଇଥିଲା। ମିସେଲଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ସିବିଆଇ ମିସେଲଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି ଏବଂ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାପ ସୃଷ୍ଟି କରାଯାଉଛି । ତେବେ ଭାରତୀୟ ତଦନ୍ତକାରୀ ସଂସ୍ଥା ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ। ସିବିଆଇ ପ୍ରବକ୍ତା ଅଭିଷେକ ଦୟାଲ ଜୁନ୍‌ରେ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତକୁ ତା’ର ଦୋଷ ସ୍ୱୀକାର କରିବା ପାଇଁ କୌଣସି ଚାପ ସୃଷ୍ଟି କରିନାହିଁ।
ସୂଚନାଯୋଗ୍ୟ, ୟୁପିଏ ସରକାର ଅମଳରେ ୧୨ଟି ଭିଭିଆଇପି ହେଲିକ୍ୟାପ୍ଟର କ୍ରୟ ପାଇଁ ଫିନ୍‌ମେକାନିକା କମ୍ପାନି ସହ ଚୁକ୍ତି ହୋଇଥିଲା। ତେବେ ଏହି ଚୁକ୍ତି ପାଇଁ କମ୍ପାନି ଲାଞ୍ଚ ଦେଇଥିବା ଏହାର କେତେକ ଅଧିକାରୀ ପ୍ରକାଶ କରିବା ପରେ ଭାରତରେ ଏହା ଝଡ଼ ସୃଷ୍ଟି କରିଥିଲା। ଭାରତୀୟ ରାଜନେତା, ପ୍ରତିରକ୍ଷା ବଭାଗ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏବଂ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ପ୍ରାୟ ୩୫୦ କୋଟି ଟଙ୍କା ଲାଞ୍ଚ ଦେବାପାଇଁ ଏହି ଅର୍ଥ ମିସେଲଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୪ ଜନୁଆରୀ ୧ରେ ଭାରତ ଏହି ଚୁକ୍ତି ରଦ୍ଦ କରିଥିଲା।

Share Now:

Kalinga News Beuro

Leave a Reply

Next Post

ବୃଦ୍ଧ ଦମ୍ପତିଙ୍କ ଟଙ୍କା ଲୁଚେଇ ଶିକ୍ଷୟିତ୍ରୀ ହଟହଟା:ସ୍କୁଲ୍‌ ଆଲମାରିରୁ ଟଙ୍କା ଜବତ କଲା ପୁଲିସ

Wed Sep 19 , 2018
ଖଣ୍ଡଗିରି: ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ କଳଙ୍କିତ କାହାଣୀକୁ ନେଇ ମଙ୍ଗଳବାର ଯାଁଳା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୂଲ ଲାଗି ଚଳୁଥିବା ବୃଦ୍ଧ ଦମ୍ପତିଙ୍କ କଷ୍ଟାର୍ଜିତ ୩୨ ହଜାର ଟଙ୍କାକୁ ବିଦ୍ୟାଳୟ ଆଲ୍‌ମିରାରେ ଲୁଚାଇ ରଖି ପରେ ପୁଲିସ ହାତରେ ଧରାପଡ଼ିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଶିକ୍ଷୟିତ୍ରୀଙ୍କୁ ଛି’ଛାକର କରିଛନ୍ତି। ଅପରପକ୍ଷେ ଗରିବ ବୃଦ୍ଧ ଦମ୍ପତି ଟଙ୍କା ଫେରି ପାଇବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial