ଚୀନର ବର୍ବରତା: ଭାରତୀୟ ଯୁବକଙ୍କୁ ହାତଗୋଡ ବାନ୍ଧି କରେଣ୍ଟ ଓ ଗୋଇଠା ଦିଆଯାଉଥିଲା

ଚୀନର ବର୍ବରତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଯୁବକ ମିରାମ ତାରୋଙ୍କୁ କିଛି ଦିନ ପୂର୍ବରୁ ଚୀନ୍ ସେନା ଭାରତ-ଚୀନ୍ ସୀମାରେଖା ନିକଟରୁ ଅପହରଣ କରି ନେଇଥିଲା। ଏହା ପରେ ତାଙ୍କୁ ଭାରତକୁ ଫେରାଇବା ପୂର୍ବରୁ ୮ ଦିନ ନିର୍ଯାତନା ଦିଆଯାଇଥିଲା । ଏହି ଘଟଣା ବିଷୟରେ ମିରାମ ତାରୋମଙ୍କ ବାପା ସୂଚନା ଦେଇଛନ୍ତି। ଏକ ଇଂରାଜୀ ଖବର କାଗଜର ରିପୋର୍ଟ ଅନୁଯାୟୀ ମିରାମର ବାପା ଓପଙ୍ଗ୍ ତାରନ୍ କହିଛନ୍ତି ଯେ ମୋ ପୁଅ ମାନସିକ ଭାବରେ ଏପରି ଭାଙ୍ଗି ପଡିଛି ଯେ ସେ କାହା ସହିତ କଥାବାର୍ତ୍ତା କରିପାରୁ ନାହିଁ। ଓପଙ୍ଗ୍ ତାରନ୍ କହିଛନ୍ତି, ମୋ ପୁଅକୁ ଚୀନର ସେନା ବାହିନୀ ପିଏଲଏ ହାତଗୋଡ ଓ ଆଖିରେ ପଟି ବାନ୍ଧି ୨୦୯ ଘଣ୍ଟା ପର୍ଯ୍ୟନ୍ତ ନିର୍ଯାତନା ଦେଇଥିଲା। ତାକୁ ବିଜୁଳିର କରେଣ୍ଟ ଦିଆ ଯାଉଥିଲା। ଅମାନୁଷିକ ଭାବେ ପିଠିରେ ଗୋଇଠା ଓ ଘୁଷା ମାରୁଥିଲେ।
ଓପଙ୍ଗ୍ ତାରନ୍ କହିଛନ୍ତି ତାଙ୍କ ପୁଅ ତାଙ୍କୁ ତା’ ସହ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଛି । ମିରାନ୍ ତା’ର ବାପାଙ୍କୁ କହିଛି, ତାକୁ ସୀମାର ‘ନୋ ମ୍ୟାନ୍ସ୍ ଲ୍ୟାଣ୍ଡ୍’ରୁ ଚୀନ୍ ସେନା ଅପହରଣ କରିଥିଲା। ଏହା ପରେ ତାର ଆଖିରେ ପଟି ବାନ୍ଧି ଏକ ଶିବିରକୁ ନେଇ ଯାଇଥିଲେ। ସେହି ଜାଗା ବୋଧେ ‘ନୋ ମ୍ୟାନ୍ସ୍ ଲ୍ୟାଣ୍ଡ୍’ରୁ ପାଖାପାଖି ୧ କିଲୋମିଟର ହେବ। ଜାନୁଆରି ୨୭ ତାରିଖ ଭାରତକୁ ଅର୍ପଣ କରାଯିବାର କିଛି ମିନିଟ୍ ପୂର୍ବ ପର୍ଯ୍ୟନ୍ତ ତାକୁ ନିର୍ଯାତନା ଦିଆ ଯାଇଥିଲା। ତାକୁ ସେହି ସମୟ ପର୍ଯ୍ୟନ୍ତ ଆଖି ଉପରେ ପଟି ବାନ୍ଧି ବି ରଖା ଯାଇଥିଲା। ତାକୁ ଖାଇବା ପିଇବା ଓ ପାଇଖାନା ଯିବା ସମୟ ବ୍ୟତୀତ ଅନ୍ୟ ସମୟରେ ବାନ୍ଧିକି ରଖା ଯାଉଥିଲା। ବିଜୁଳି ଝଟକା ଦେବା ପାଇଁ ଲାଇଟର୍ ଭଳି ଏକ ଜିନିଷର ବ୍ୟବହାର କରାଯାଉଥିଲା। ତାକୁ ଖାଇବା ସମୟରେ ମଧ୍ୟ ନିର୍ଯାତନା ଦିଆଯାଉଥିଲା। ଜିଂଦୋ ଗ୍ରାମରେ ରହୁଥିବା ମିରାମ ଓ ତାର ସାଙ୍ଗକୁ ଜାନୁଆରି ୧୮ ତାରିଖ ଦିନ ଚୀନୀ ସେନା ଉଠାଇ ନେଇଥିଲେ। ତେବେ ମିରାମର ସାଙ୍ଗ କୌଶଳକ୍ରମେ ଚୀନୀ ସେନା କବଳରୁ ଖସି ଆସି ଭାରତୀୟ ସେନାକୁ ଖବର ଦେଇଥିଲା। ଚୀନ୍ ସେନା ପ୍ରଥମେ ମାନି ନ ଥିଲା କିନ୍ତୁ ପରେ ଜାନୁଆରି ୨୦ ତାରିଖ ଦିନ ଏକ ଭାରତୀୟ ନାବାଳକ ଆମ ନିକଟରେ ଅଛି ବୋଲି ମାନିଥିଲା।

Share Now:

Kalinga News Beuro

Next Post

ଆଗକୁ ପେଟ୍ରୋଲରେ ମିଶ୍ରିତ ଇନ୍ଧନ : ନଚେତ ଦେବାକୁ ହେବ ଅଧିକ ଟଙ୍କା

Tue Feb 1 , 2022
ନୂଆଦିଲ୍ଲୀ: ଆଜି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍ ଘୋଷଣା କରାଯାଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ତୈଳ ଦର ଉପରମୁହାର୍ ରହିଥିବା ବେଳେ ଆଗକୁ ଏହା ଆହୁରି ମହଙ୍ଗା ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ। ଯଦି ଲୋକେ ମିଶ୍ରିତ ଇନ୍ଧନର ବ୍ୟବହାର ନକରନ୍ତି, ତେବେ ସେମାନଙ୍କୁ ୨ଟଙ୍କା ଅଧିକ ଦେଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେବ ବୋଲି […]
ପେଟ୍ରୋଲରେ ମିଶ୍ରିତ ଇନ୍ଧନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial