ଆଗକୁ ପେଟ୍ରୋଲରେ ମିଶ୍ରିତ ଇନ୍ଧନ : ନଚେତ ଦେବାକୁ ହେବ ଅଧିକ ଟଙ୍କା

ପେଟ୍ରୋଲରେ ମିଶ୍ରିତ ଇନ୍ଧନ

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍ ଘୋଷଣା କରାଯାଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ତୈଳ ଦର ଉପରମୁହାର୍ ରହିଥିବା ବେଳେ ଆଗକୁ ଏହା ଆହୁରି ମହଙ୍ଗା ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ। ଯଦି ଲୋକେ ମିଶ୍ରିତ ଇନ୍ଧନର ବ୍ୟବହାର ନକରନ୍ତି, ତେବେ ସେମାନଙ୍କୁ ୨ଟଙ୍କା ଅଧିକ ଦେଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେବ ବୋଲି ସେ କହିଛନ୍ତି। ମିଶ୍ରିତ ଇନ୍ଧନକୁ ଉତ୍ସାହିତ କରିବା ପାଇଁ ଅକ୍ଟୋବର ୧ରୁ ପେଟ୍ରୋଲ ଲିଟର ପିଛା ଲିଟର ପିଛା ୨ଟଙ୍କା ବୃଦ୍ଧି କରାଯିବ। ଯେଉଁମାନେ ମିଶ୍ରିତ ଇନ୍ଧନ ବ୍ୟବହାର ନକରିବେ ସେମାନଙ୍କୁ ଅଧିକ ୨ଟଙ୍କା ଗଣିବାକୁ ହେବ। ମିଶ୍ରିତ ଇନ୍ଧନର ଅର୍ଥ ହେଉଛି ପେଟ୍ରୋଲ ସହିତ ଇଥାନଲର ମିଶ୍ରଣ। ଇଥାନଲ ହେଉଛି ଏକ ବାୟୋ ଇନ୍ଧନ ଯାହା ଜଳିବା ସମୟରେ ପରିବେଶକୁ କ୍ଷତି ପହଞ୍ଚାଏ ନାହିଁ। ଏହି ଇନ୍ଧନର ବ୍ୟବହାର ବଢ଼ାଇ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଭାରତ ସରକାର ଏବେ ସମସ୍ତ ଉଦ୍ୟମ କରୁଛନ୍ତି। ସେଥିପାଇଁ ଯଦି ଆପଣ ଅକ୍ଟୋବରରୁ ଇଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର ନକରନ୍ତି ତେବେ ଆପଣଙ୍କୁ ୨ଟଙ୍କା ଅଧିକ ଦେବାକୁ ହେବ। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ପେଟ୍ରୋଲ ସହିତ ଇଥାନଲ ମିଶା ଯାଉଛି। ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଭଳି ରାଷ୍ଟ୍ରାୟତ୍ତ ଇନ୍ଧନ କମ୍ପାନିଗୁଡିକ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବାବେଳେ ପ୍ରାୟ ସମସ୍ତ ଘରୋଇ କମ୍ପାନି ଶୁଦ୍ଧ ପେଟ୍ରୋଲ ବିକ୍ରି କରୁଛନ୍ତି, ଅର୍ଥାତ୍ ଏଥିରେ ଇଥାନଲ ମିଶାଯାଉ ନାହିଁ।

Share Now:

Kalinga News Beuro

Next Post

ପ୍ରେମ ପ୍ରତାରଣା ପାଇଁ ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବ ମଡେଲ୍‌

Tue Feb 1 , 2022
ଚନ୍ଦ୍ରଶେଖରପୁର : ପ୍ରେମରେ ଧୋକ୍କା ଖାଇ ଜଣେ ଯୁବ ମଡେଲ୍‌ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ, ସୌମ୍ୟରଞ୍ଜନ ପାଣିଗ୍ରାହୀ। ଘର କଟକ ଜିଲ୍ଲା ବଡ଼ମ୍ବାରେ। ସେ ଏଠାରେ ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାରରେ ଏକ ଭଡ଼ା ଘରେ ରହୁଥିଲେ। ମଡେଲିଂ କରିବା ସହ ଏକ କଫି-କାଫେ ଚଲାଉଥିଲେ। ଗତରାତିରେ ସେ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ସୋମବାର ଦିନ ଏ ସଂପର୍କରେ ଜଣାପଡ଼ିବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବ‌ଚ୍ଛେଦ […]
ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବ ମଡେଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial