ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଝରକା ଭାଙ୍ଗିଲା, ୩ ଯାତ୍ରୀ ଆହତ

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବିମାନର ଇଞ୍ଜିନ୍‌ ଖରାପ ହେବା ଘଟଣା ଥମି ନଥିଲା ବେଳେ ମଝି ଆକାଶରେ ବିମାନର ଝରକା ଭାଙ୍ଗି ଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଏଭିଏସନ୍‌ ଏଜେନ୍ସି ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ହଜାର ଫୁଟ ଉପରେ ଥିବା ବେଳେ ହଠାତ୍‌ ଝରକା ଭାଙ୍ଗି ଯାଇଥିଲା। ତେବେ ବିମାନରେ ଝରକା ଭାଙ୍ଗି ଯିବା ଦେଖି ଯାତ୍ରୀମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ୧୫ମିନିଟ୍‌ ପର୍ଯ୍ୟନ୍ତ ବିମାନ ଭିତରେ ଯାତ୍ରୀମାନେ ଭୟରେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିଲେ। ଝରକାର ପ୍ୟାନେଲ ତିନିଜଣ ଯାତ୍ରୀଙ୍କ ମୁଣ୍ଡରେ ମାଡ ହେବା ହେତୁ ସେମାନେ ଆହତ ହୋଇଥିଲେ।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ େଓ୍ଵଡିଙ୍ଗ ୭୮୭ ଡ୍ରିମଲାଇନର ବିମାନ ଏଆଇ୪୬୨ ଅମୃତସରରୁ ଦିଲ୍ଲୀ ଆସୁଥିଲା। ଉଡୁଥିବା ସମୟରେ ମଝି ଆକାଶରେ ହଠାତ୍‌ ବିମାନର ପ୍ୟାନଲ ଭାଙ୍ଗି ଯାଇଥିଲା। ଫଳରେ ଝରକା ପାଖ ସିଟ୍‌ରେ ବସିଥିବା ତିନିଜଣ ଯାତ୍ରୀ ଏଥିରେ ଆହାତ ହୋଇଥିଲେ। କାଚ ଭାଙ୍ଗିଯିବା ହେତୁ ବିମାନରେ ବସିଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏୟାର ହଷ୍ଟେସ୍‌ ବହୁ କଷ୍ଟରେ ଝରକାରେ କାଚ ଠିକ୍‌ କରିଥିଲେ। ବିମାନରେ ଥିବା ଅକ୍ସିଜେନ୍‌ ମାକ୍ସ ବି ଖୋଲି ଯାଇଥିଲା।
କୁହାଯାଉଛି କି, ବିମାନ ଝରକାର ବାହାର ପାର୍ଶ୍ୱରେ କୌଣସି ତ୍ରୁଟି ହୋଇ ନଥିବାରୁ ବିମାନ ଭିତରେ ପବନ ପସି ପାରି ନଥିଲା। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ବିମାନଟି ଅଳ୍ପକେ ବର୍ତ୍ତି ଯାଇ ପାରିଛି। ଏହି ଘଟଣାକୁ ନେଇ ଏୟାରଲାଇନ୍‌ ଅଥରିଟି ସହିତ ଏଭିଏସନ୍‌ ଏଜେନ୍ସି ବି ଆଶ୍ଚଯ୍ୟ ହୋଇଯାଇଥିଲେ। ଏହି ଦୁର୍ଘଟଣାକୁ ନେଇ ଏୟାର ଇଣ୍ଡିଆ ଓ ଡିଜିସିଏ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ବିମାନକୁ ଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ଆହତ ଯାତ୍ରୀଙ୍କୁ ହସ୍‌ପିଟାଲ ନେଇ ଚିକିତ୍ସା କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଏମ୍‌ସ

Mon Apr 23 , 2018
ଭୁବନେଶ୍ୱର: କଣ୍ଟ ଥିଲା ୨୦୧୭ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ନେବ ଭୁବନେଶ୍ୱର ଏମ୍‌ସ। ପରେ ୨୦୧୮ ମାର୍ଚ୍ଚକୁ କଣ୍ଟ ଗଡ଼ିଲା। ଏମିତି କଣ୍ଟ ପରେ କଣ୍ଟ ଗଡ଼ୁଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ପୂର୍ଣ୍ଣାଙ୍ଗ ହୋଇପାରୁନି ଭୁବନେଶ୍ୱର ଏମ୍‌ସ। ଏମିତିରେ ବିତିଗଲାଣି ପୂରା ୫ବର୍ଷ। ଶଯ୍ୟା ସଂଖ୍ୟା ୫୦୦ରେ ଅଟକିଛି, ୧୦୦୦ ପୂରଣ ହୋଇପାରୁନି। ଏ ପର୍ଯ୍ୟନ୍ତ ୩ଟି ମୁଖ୍ୟ ବିଭାଗ ଖୋଲିପାରିଲା ନାହିଁ। ଆବଶ୍ୟକ ସଂଖ୍ୟକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial