ମିଛୁଆ ମୋଦି:ପ୍ରତିଶୃତି ପାଣିର ଗାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ଅନେକ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ ନରେନ୍ଦ୍ର ମୋଦି। ସେହି ସମୟରେ ମୋଦି କହିଥିଲେ ଯେ, ବିଦେଶରେ ସୁଇସ୍‌ ବ୍ୟାଙ୍କରେ ଥିବା କଳା ଧନ ଫେରିବ। ଆଉ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଁଏ ଟଙ୍କା ଜମା ହେବ। ହେଲେ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏନେଇ ଜଣେ ଆବେଦନକାରୀ ୧୫ ଲକ୍ଷ ଟଙ୍କା କେବେ ମିଳିବ ବୋଲି ଆରଟିଆଇରେ ତଥ୍ୟ ମାଗିବାରୁ ତାଙ୍କ ଦରଖାସ୍ତକୁ ଖାରଜ କରିଦିଆଯାଇଛି। ଆର୍‌ଟି ଆଇନ ଅନୁଯାୟୀ ଆବେଦନ କରାଯାଇଥିବା ଦରଖାସ୍ତ କୌଣସି ମାନଦଣ୍ଡ ପୂରଣ କରୁ ନାହିଁ ବୋଲି ଉତ୍ତରରେ ଦର୍ଶାଯାଇଛି। ଆବେଦନକାରୀ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)ରେ ଆବେଦନ କରିଥିଲେ। ଦରଖାସ୍ତରେ କେଉଁ ନିର୍ଦ୍ଦିଷ୍ଟ ତାରିଖରେ ୧୫ ଲକ୍ଷ ଟଙ୍କା ମିଳିବ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ।

ଜବାବରେ ପିଏମଓ କହିଥିଲା ଯେ, ଆରଟିଆଇ ଆଇନ୍ ଅନୁଯାୟୀ ଥିବା ବିଧି ବ୍ୟବସ୍ଥାରେ ଏହି ଦରଖାସ୍ତକୁ ଗ୍ରହଣ କରିହେବ ନାହିଁ। ୨୦୧୬ ନଭେମ୍ବର ୨୬ରେ ଏଭଳି ଆବେଦନ କରାଯାଇଥିଲା। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଆରବିଆଇ ପକ୍ଷରୁ କୌଣସି ଉତ୍ତର ଦେଇ ହେବ ନାହିଁ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଲୋକ ସମ୍ପର୍କ କମିଶନର ଆରକେ ମାଥୁର କହିଛନ୍ତି ଯେ, Section 2(f) of the RTI Act, ଅଧୀନରେ ଥିବା ନିୟମାବଳୀ ଅନୁଯାୟୀ ଏହି ଆବେଦନ ଆଦୌ ଗ୍ରହଣଯୋଗ୍ୟ ନୁହଁ। ସୂଚନାଯୋଗ୍ୟ ମୋଦିଙ୍କ ଉପରୋକ୍ତ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏମିତିକି କଂଗ୍ରେସ ଓ ଆରଜେଡି ପକ୍ଷରୁ ମୋଦିଙ୍କ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ କରିଥିଲେ। କହିଥିଲେ ପ୍ରତିଜ୍ଞା କରିଥିଲ। ହେଲେ ଟଙ୍କା କାହିଁକି ମିଳୁନାହିଁ ।

Share Now:

Kalinga News Beuro

Leave a Reply

Next Post

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ : ଦୁର୍ଘଟଣାରେ ଓଡ଼ିଶା ଏକ ନମ୍ବର

Tue Apr 24 , 2018
ଭୁବନେଶ୍ୱର : ଦୁର୍ଘଟଣା କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ରାଜ୍ୟରେ ପରିଣତ ହୋଇଛି। ଦୁର୍ଘଟଣାକୁ ରୋକିବା ପାଇଁ ହେଲେ ତୃଣମୂଳସ୍ତରରେ ସଚେତନତାର ଆବଶ୍ୟକ ରହିଛି। ତେଣୁ ଶିକ୍ଷା କ୍ଷେତ୍ରରେ ଏହାର ସୁଧାର ଅଣାଯିବା ଉଚିତ। ଶିକ୍ଷା କ୍ଷେତ୍ରରେ ଟ୍ରାଫିକ୍‌ ନିୟମ ନେଇ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ଆବଶ୍ୟକ। ଶ୍ରେଣୀରେ ପିଲାମାନଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷା ଦିଆଯିବା ଦରକାର ବୋଲି ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଏଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial