ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆମେରିକା ଯିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। କରୋନା ସଂକ୍ରମଣ ପାଇଁ ସବୁ ବୈଠକ ଭର୍ଚୁଆଲ ମୋଡରେ ହେଉଥିବା ବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତ ସହ ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତି ସାମିଲ ହେବେ। ମାର୍ଚ୍ଚରେ ଜୋ ବାଇଡେନ ଭର୍ଚୁଆଲ ମୋଡରେ ପ୍ରଥମ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ବିବୃତି ଅନୁଯାୟୀ, ନେତାମାନେ ସେପ୍ଟେମ୍ବର ୨୪ରେ ଚଳିତ ବର୍ଷ ମାର୍ଚ୍ଚରେ ଘୋଷଣା ହୋଇଥିବା କୋଭିଡ -୧୯ ଟିକାକରଣ ପଦକ୍ଷେପ ଉପରେ ସମୀକ୍ଷା କରିବେ। ଏହା ସହ ସମସାମୟିକ ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ କରିବେ। ଯେମିତିକ ଜଟିଳ ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା। ଅନ୍ୟପକ୍ଷରେ, ସେପ୍ଟେମ୍ବର ୨୫ରେ, ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୬ତମ ଅଧିବେଶନର ଉଚ୍ଚ ସ୍ତରୀୟ ବିଭାଗର ସାଧାରଣ ବିତର୍କକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ତୃଣମୂଳ କଂଗ୍ରେସ ପକ୍ଷରୁ ସୁସ୍ମିତା ଦେବ ରାଜ୍ୟସଭା ସାଂସଦ ପାଇଁ ମନୋନୀତ

Tue Sep 14 , 2021
ନୂଆଦିଲ୍ଲୀ: ମାସେରୁ କମ୍‌ ହେବ କଂଗ୍ରେସ ଦଳ ପରିତ୍ୟାଗ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଥିଲେ, ସେ ଜନସାଧାରଣଙ୍କ ସେବାର ଗୋଟାଏ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଶାସକ ‘ବିଜେପି’କୁ […]
ରାଜ୍ୟସଭା ସାଂସଦ ପାଇଁ ସୁସ୍ମିତା ଦେବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial