ହିମାଚଳ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି : ମୋଦୀ

ହିମାଚଳ ବନ୍ୟା

ଏନଡିଆରଏଫ ଟିମ ପଠାଇଲା କେନ୍ଦ୍ର

ଧର୍ମଶାଳା : ହିମାଚଳ ପ୍ରଦେଶରେ ଆଜି ହୋଇଥିବା ବାଦଲ ଫଟା ବର୍ଷା ଓ ତାପରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଧର୍ମଶାଳାର ମାକଲିଓଗଞ୍ଜ ଅଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି। ସେହିପରି ଧର୍ମଶାଳାର ଛେତ୍ରୁ ଗାଁରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଧର୍ମଶାଳାଠାରୁ ୩୦ କିଲୋମିଟର ଦୂରରେ ଥିବା କାଙ୍ଗ୍ରା ଜିଲ୍ଲାର ବୋହ ଘାଟିରେ ଭୂସ୍ଖଳନ ହେବାରୁ ଅତି କମରେ ୫ ଜଣ ଲୋକ ପ୍ରାଣ ହରାଇଛନ୍ତି, ୫ଟି ଘର ନଷ୍ଟ ହୋଇଯାଇଛି ଓ ଅନେକ ଯାନବାହାନ ଭାସିଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିବା ସହ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି। ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ କେନ୍ଦ୍ର ସରକାର ହିମାଚଳ ପ୍ରଦେଶ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ବିଟ କରି ଲେଖିଛନ୍ତି ଯେ ହିମାଚଳ ପ୍ରଦେଶକୁ ଏନଡିଆରଏଫର ଟିମ ପଠାଯାଇଛି। ଗୃହ ମନ୍ତ୍ରାଳୟ ସ୍ଥିତି ଉପରେ ବରାବର ନଜର ରଖିଛି। ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସ୍ଥିତିର ସମୀକ୍ଷା କରିବା ସହ ତୁରନ୍ତ ସହାୟତା କାମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପର୍ଯ୍ୟଟକମାନଙ୍କୁ ନିକଟସ୍ଥ ନଦୀ, ବନ୍ଧ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

କଟକରୁ ଆଉ ୨୮୯ ସଂକ୍ରମିତ : ଟିକା ନାହିଁ, ଆସିବ ୧୫ରେ

Mon Jul 12 , 2021
କଟକ: ରେଡ୍‌ ଜୋନ୍‌ରେ ରହିଛି କଟକର କରୋନା ସଂକ୍ରମଣ ସ୍ଥିତି। ସେପଟେ କଟକରେ ଟିକା ନାହିଁ। ୧୫ତାରିଖ ପର୍ଯ୍ୟନ୍ତ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକା ଅଭାବରୁ ଗତ କିଛିଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଟିକାକରଣ ସଂପର୍କରେ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ଟିକା ୧୫ ତାରିଖରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକରେ ଗଲା ୨୪ଘଣ୍ଟାରେ […]
କଟକରୁ ଆଉ ୨୮୯ ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial