ଆଉ କେତେ ତଳକୁ ଖସିବ : ନୀତୀଶଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

ଆଉ କେତେ ତଳକୁ ଖସିବ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ ନୀତୀଶ ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ହେଲେ ଯେଉଁ ଉଦାହରଣ ଦେଇ ସେ ଏହାକୁ ବୁଝାଇଥିଲେ, ତାହା କାହାକୁ ବି ପସନ୍ଦ ଆସିନଥିଲା। ଏଭଳି ଅରୁଚିକର କଥା ପାଇଁ ବିବାଦ ଘେରକୁ ଆସିଥିବା ନୀତୀଶ କୁମାରଙ୍କୁ ଏବେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶର ଗୁନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମହିଳାଙ୍କ ବିରୋଧରେ ଏପରି ବିବୃତି ଦେଶକୁ ଅପମାନିତ କରିଛି। ଗତକାଲି ବିହାର ବିଧାନସଭା ଭିତରେ ଜଣେ ବଡ଼ ନେତା ମହିଳାମାନଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ। ସେମାନଙ୍କୁ ଲାଜ ଲାଗୁ ନାହିଁ। ଇଣ୍ଡିଆ ‌ମେଣ୍ଟର କୌଣସି ନେତା ଏହାର ବିରୋଧ କରିନାହାନ୍ତି। ମହିଳାମାନଙ୍କ ବିରୋଧରେ ଏଭଳି ଭାବୁଥିବା ଲୋକେ ଆପଣଙ୍କ ପାଇଁ କିଛି ଭଲ କରିପାରିବେ କି?” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, “ଆମର ମା’ ଏବଂ ଭଉଣୀମାନଙ୍କ ପ୍ରତି ଏଭଳି ଖରାପ ମନୋଭାବ ରଖି ସେମାନେ ଆମ ଦେଶକୁ ଅପମାନିତ କରୁଛନ୍ତି। ଆପଣ ଆଉ କେତେ ତଳକୁ ଖସିବେ ? ” ତେବେ ନିଜର ଅରୁଚିକର କଥା ପାଇଁ ନୀତୀଶ କ୍ଷମା ମାଗି ସାରିଥିଲେ ବି ବିରୋଧୀମାନେ ଟାର୍ଗେଟ କରିଚାଲିଛନ୍ତି।

Share Now:

Kalinga News Beuro

Next Post

କୁର୍‌କୁରେ ପ୍ରଲୋଭନ ଦେଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା

Wed Nov 8 , 2023
ଝାଡ଼ଖଣ୍ଡରୁ ରାଉରକେଲା ଆସିଥିଲା ଅଭିଯୁକ୍ତ ରାଉରକେଲା: ଇସ୍ପାତ ନଗରୀ ‘ରାଉରକେଲା’ରେ ପୁଣି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। କୁର୍‌କୁରେର ପ୍ରଲୋଭନ ଦେଖାଇ ୩ ବର୍ଷ ବୟସର ଶିଶୁକନ୍ୟାକୁ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ ନିସ୍ତୁକ ମାଡ଼ମାରି ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ହେଲା ସନ୍ଦୀପ ମାଝୀ (୨୫)। ସୂଚନା ଅନୁସାରେ ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମର […]
କୁର୍‌କୁରେ ପ୍ରଲୋଭନ ଦେଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial