କୁର୍‌କୁରେ ପ୍ରଲୋଭନ ଦେଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା

କୁର୍‌କୁରେ ପ୍ରଲୋଭନ ଦେଇ ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା

ଝାଡ଼ଖଣ୍ଡରୁ ରାଉରକେଲା ଆସିଥିଲା ଅଭିଯୁକ୍ତ

ରାଉରକେଲା: ଇସ୍ପାତ ନଗରୀ ‘ରାଉରକେଲା’ରେ ପୁଣି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। କୁର୍‌କୁରେର ପ୍ରଲୋଭନ ଦେଖାଇ ୩ ବର୍ଷ ବୟସର ଶିଶୁକନ୍ୟାକୁ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ ନିସ୍ତୁକ ମାଡ଼ମାରି ଥାନାରେ ଜିମା ଦେଇଛନ୍ତି। ଅଭିଯୁକ୍ତ ହେଲା ସନ୍ଦୀପ ମାଝୀ (୨୫)। ସୂଚନା ଅନୁସାରେ ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମର ଏକ ବସ୍ତିରେ ମଙ୍ଗଳବାର ଅପରାହ୍‌ଣରେ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସନ୍ଦୀପ ମାଝୀର ମନରେ ପାପ ଚିନ୍ତାଧାରା ଆସିଥିଲା। ୩ ବର୍ଷ ବୟସର ସଂପର୍କୀୟ ଝିଆରୀକୁ କୁରକୁରେର ପ୍ରଲୋଭନ ଦେଖାଇ ସନ୍ଦୀପ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସନ୍ଦୀପ ଘଟଣାସ୍ଥଳରୁ ଖସି ଯାଇଥିଲା। ମାତ୍ର ଶିଶୁକନ୍ୟା କାନ୍ଦିବାରୁ ଘଟଣା ସଂପର୍କରେ ପରିବାର ଲୋକେ ଜାଣି ପାରିଥିଲେ। ଏହି ଖବର ବସ୍ତିସାର ପ୍ରଚାରିତ ହେବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତ ସନ୍ଦୀପକୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ। ପରେ ସେମାନେ ଅଭିଯୁକ୍ତ ସନ୍ଦୀପକୁ ଉଦିତନଗର ଥାନାରେ ଜିମା ଦେଇଥିଲେ।
ପୁଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ସନ୍ଦୀପ କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡରୁ ଆସିଥିଲା। ସେ ନିଜର ଜଣେ ସଂପର୍କୀୟ ଘରେ ରହୁଥିଲା। ଏହାରି ଭିତରେ ସେ ଶିଶୁକନ୍ୟାର ଉପରେ ନଜର ପକାଇଥିଲା। ପରିବାର ଲୋକଙ୍କର ଅଭିଯୋଗ କ୍ରମେ ଅଭିଯୁକ୍ତ ସନ୍ଦୀପକୁ ପୁଲିସ ଗିରଫ କରିଛି। ଅନ୍ୟପଟରେ ପୀଡିତାର ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍‌ରେ ଥିବା ସକ୍ଷୀଗୃହରେ ଭର୍ତ୍ତି କରିଛି। ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

୨୦ କୋଟିର ଏମ୍‌ସ ଧର୍ମଶାଳା : ରାସ୍ତାକଡ଼ରେ ଶୋଉଛନ୍ତି ରୋଗୀ

Wed Nov 8 , 2023
ଭୁବନେଶ୍ବର: ଭୁବନେଶ୍ବରସ୍ଥ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନସେସ୍ (ଏମ୍‌ସ)କୁ ପ୍ରତିଦିନ ଓଡ଼ିଶାର ସବୁ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଆସୁଛନ୍ତି ଆହୁରି ଅନେକ। ଆସୁଥିବା ଏହ‌ି ରୋଗୀଙ୍କ ଭିତରୁ ଖୁବ୍ କମ୍‌ଙ୍କୁ ଏମ୍‌ସରେ ଶଯ୍ୟା ମିଳେ। ସଂଖ୍ୟାଧିକ ରୋଗୀ ବାହାରେ ରହିବାକୁ ବାଧ୍ୟ ହୁଅନ୍ତି। ଯେଉଁ ଭାଗ୍ୟବାନ ରୋଗୀଙ୍କ ହସ୍‌ପିଟାଲରେ ଶଯ୍ୟା ମିଳିଯାଏ, ସେମାନଙ୍କ ସହିତ ଆସିଥିବା ସଂପର୍କୀୟଙ୍କ ପାଇଁ ମଧ୍ୟ କୌଣସି […]
୨୦ କୋଟିର ଏମ୍‌ସ ଧର୍ମଶାଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial