ତପସ୍ବିନୀ-ଡାକ୍ତର ସୁମିତ ବିବାଦରେ ନୂଆ ମୋଡ଼ : ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଲେ ସ୍ଥାନୀୟ ମହିଳା

ତପସ୍ବିନୀ-ଡାକ୍ତର ସୁମିତ ବିବାଦରେ ନୂଆ ମୋଡ଼

ଭୁବନେଶ୍ବର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ ଓ ଡାକ୍ତର ସୁମିତ ବିବାଦ ଘଟଣାରେ ଏକ ନୂଆ ମୋଡ଼ ଆସିଛି। ସୋମବାର ସଂଧ୍ୟାରେ ବିକ୍ଷୋଭ କରୁଥିବା କେତେକ ସ୍ଥାନୀୟ ମହିଳା ସୁମିତଙ୍କ ଘର ମୁଖ୍ୟ ଗେଟ୍ ଓ ଗ୍ରୀଲ ଭାଙ୍ଗି ଘରେ ପଶିଯାଇଛନ୍ତି। ଏହାକୁ ନେଇ ସୁମିତଙ୍କ ଘରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଫେରାଇଦେଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଆଜି ରାତିରେ ଘର ଭାଙ୍ଗି ତପସ୍ବିନୀଙ୍କୁ ଘରେ ପୁରାଇବେ ବୋଲି ଏହି ମହିଳାମାନେ ଧମକ ଦେଇଛନ୍ତି। ତପସ୍ବିନୀଙ୍କୁ ନ୍ୟାୟ ଦେବାକୁ ଉଦ୍ୟମ ଜାରି ରହିବ ବୋଲି ଏହି ମହିଳାମାନେ କହିଛନ୍ତି। ଘଟଣାସ୍ଥଳରେ ଗଞ୍ଜାମ ଏସପି ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହାନଦୀର ଦୀର୍ଘତମ ସେତୁ ଉଦ୍‌ଘାଟିତ

Mon Dec 20 , 2021
କଟକ: ଆଜି ବଡ଼ମ୍ବା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁକୁ ଲୋକାର୍ପଣ କରିଛନ୍ତି। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୋପୀନାଥପୁରଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ୫ଟି ସଚିବ ଭି. କେ ପଣ୍ଡିଆନ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଏସ୍‌ପି ବି.ଯୁଗଲ କିଶୋର ପ୍ରମୁଖ […]
ମହାନଦୀର ଦୀର୍ଘତମ ସେତୁ ଉଦ୍‌ଘାଟିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial