ଜବତ ହେଲା କଲରାପତରିଆ ବାଘ ଛାଲ: ବୌଦ୍ଧ ମନମୁଣ୍ଡାରୁ ଜଣେ ଗିରଫ

ଜବତ ହେଲା କଲରାପତରିଆ ବାଘ ଛାଲ

୨ ଲକ୍ଷରେ ବିକ୍ରି ପାଇଁ ହୋଇଥିଲା ଡିଲ୍‌, ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ। ବିଶେଷକରି କଲରାପତରିଆଙ୍କ କାଳ ପାଲଟଛନ୍ତି ଶିକାରୀ, ମାଫିଆ। ଦେଶ, ବିଦେଶରେ ବାଘ ଛାଲର ଚାହିଦା ଯଥେଷ୍ଟ ଥିବାରୁ ରକ୍ତମୁଖା ହୋଇପଡ଼ିଛନ୍ତି ଶିକାରୀ। ଲକ୍ଷାଧିକ ଟଙ୍କାରେ ଚାଲାଣ କରୁଛନ୍ତି ମାଫିଆ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବୌଦ୍ଧ ମନମୁଣ୍ଡାରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଅଭିଯୁକ୍ତ ହେଲା, ବୌଦ୍ଧ ମନମୁଣ୍ଡା ଥାନା ବାଦଲଗୁଡ଼ାର ମହେନ୍ଦ୍ର ଭାଇନା। ଏହି ବାଘଛାଲକୁ ବିକ୍ରି କରିବା ପାଇଁ ୨ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଏସଟିଏଫ୍ ଜାଣିବାକୁ ପାଇଛି। ଏସଟିଏଫ୍ ସୂଚନା ଅନୁସାରେ, ମହେନ୍ଦ୍ର ଗତକାଲି ମନମୁଣ୍ଡା ଥାନା ବନ୍ଧନଝୁଲି ନିକଟରେ ଛିଡ଼ା ବାଘ ଛାଲ ବିକ୍ରି ପାଇଁ ଛିଡ଼ା ହୋଇଥିଲା। ଏ ସମ୍ପର୍କରେ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଏସ୍‌ଟିଏଫ୍‌ର ଗୋଟିଏ ଟିମ୍ ସେଠାରେ ଡେରା ପକାଇଥିଲା। ମହେନ୍ଦ୍ର ଯାଉଥିବା ସମୟରେ ତାକୁ ଉଠାଇ ନେଇଥିଲା। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ରେ ଏକ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ଏସଟିଏଫ୍ ୧୪ଟି କଲରାପତରିଆ ବାଘ ଛାଲ, ୯ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି, ୨ ହରିଣ ଚମଡ଼ା ଜବତ କରିଛି। ବନ୍ୟପ୍ରାଣୀ ଚୋରାଚାଲାଣ ସଂକ୍ରାନ୍ତରେ ୧୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୮ ଜଣଙ୍କୁ ଗିରଫ କରାଯାଇଛି। ନିୟମିତ ବନ୍ୟଜନ୍ତୁ ଶିକାର ଏବଂ ଚୋରାଚାଲାଣ ହେଉଥିଲେ ମଧ୍ୟ ବନ ବିଭାଗ କେମିତି ଖବର ପାଉନି, ତାକୁ ନେଇ ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା: ରହସ୍ୟ ଭେଦ କରିପାରୁନି ପୁଲିସ

Fri Apr 30 , 2021
ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ବ,କୋଟିଏ ଟଙ୍କାର ଖୋଳତାଡ଼ କରିବ ଆୟକର ବିଭାଗ ଭୁବନେଶ୍ବର: ରାଜଧାନୀରେ ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କୁ ଡକାଇ କୋଟିଏ ଟଙ୍କା ଲୁଟ୍ ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। କିନ୍ତୁ ପୂରା କାହାଣୀର ରହସ୍ୟ ଭେଦ କରିପାରି ନାହିଁ ପୁଲିସ। ଏହି ଗ୍ୟାଙ୍ଗ କେମିତି ତିଆରି ହେଲା, କେଉଁଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା, ମାଷ୍ଟରମାଇଣ୍ଡ କିଏ, ଫେରାର ଥିବା ଅପରାଧୀମାନେ ଏବେ କେଉଁଠି, କେତେଜଣଙ୍କର ସମ୍ପୃକ୍ତି ରହିଛି, […]
ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial