ପାରିବାରିକ ବିବାଦକୁ ନେଇ ଏସିଡ ମାଡ : ୪ଜଣ ଗୁରୁତର

ପାରିବାରିକ ବିବାଦକୁ ନେଇ ଏସିଡ ମାଡ

ବାଲେଶ୍ୱର: ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ। ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ ଜଣ ଶିଶୁ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଭୀମପୁର ଗାଁ’ର କାର୍ତ୍ତିକ ସିଂଙ୍କର ଦୁଇ ଝିଅଙ୍କ ମଧ୍ୟରୁ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣା ନାମକ ଯୁବକଙ୍କୁ ବିବାହ କରିଥିଲେ।
ପୂର୍ବରୁ ଚନ୍ଦନଙ୍କର ଆଉ ଏକ ମହିଳାଙ୍କ ସହ ସମ୍ପର୍କ ଥିବାର ଜାଣି ତାଙ୍କ ସହ ଆଉ ଶାଶୂଘରକୁ ବନିତା ଯାଇନଥିଲେ। ଆଜି ତାଙ୍କ ଘରକୁ ଚନ୍ଦନ ବନିତାଙ୍କୁ ନେବା ପାଇଁ ଆସିଥିବାବେଳେ ସାଙ୍ଗରେ ଏସିଡ ଆଣିଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ଚନ୍ଦନ ସ୍ତ୍ରୀ ଓ ବଡ଼ ଭଉଣୀ ଅର୍ଥାତ ଦେଢ଼ଶାଳୀଙ୍କୁ ଏସିଡ ମାଡ଼ କରିଥିଲା। ଏସିଡ ବନିତାଙ୍କ ବଡ଼ ଭଉଣୀ ଓ ତାଙ୍କର ଦୁଇ ଶିଶୁଙ୍କ ଉପରେ ପଡିଥିଲା। ସମସ୍ତଙ୍କୁ ଜିଲ୍ଲା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ : ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି

Mon Feb 20 , 2023
ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଛନ୍ତି। ଏଣେ ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ […]
ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial