ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର : ହତ୍ୟା କରି ପୋତି ଦେଇଥିବା ସନ୍ଦେହ

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ତମିଆଁ ଗ୍ରାମର ଜଣେ ବ୍ୟକ୍ତି ସୋମବାର ଦିନ ଠାରୁ ନିଖୋଜ ଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ବ୍ୟକ୍ତିର ମୃତଦେହ ଗୁରୁବାର ତମିଆଁ ଏକ ନାଳରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ଥାନା ଅନ୍ତର୍ଗତ ତମିଆଁ ଗ୍ରାମର ମାଲିପଡାରେ ରହୁଥିବା ବିବିଘ୍ନରାଜ ପୁଟେଲ (୫୭) ତାଙ୍କ ଜମିକୁ ପ୍ରତି ଦିନ ଭଳି ସୋମବାରରେ ମଧ୍ୟ ସକାଳୁ ଯାଇଥିଲେ। ତେବେ ରାତିରେ ଆଉ ସେ ଫେରି ନ ଥିଲେ। ପରେ ମଙ୍ଗଳବାର ପରିବାର ଲୋକ ଲରମ୍ଭା ଥାନାରେ ବିଘ୍ନରାଜ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିଲା। ଖୋଜାଖୋଜି କରୁଥିବା ସମୟରେ ଗୁରୁବାର ନିକଟସ୍ଥ ଅଡକ ନାଳାରେ ଏକ ମୃତଦେହ ପୋତା ଯାଇଥିବା ଏବଂ ହାତ ମାଟି ଉପରକୁ ଦିଶୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମୃତଦେହକୁ ମାଟି ତଳୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପାଟଣାଗଡ଼ ଆଣା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ଜଣାପଡିଛି।

Share Now:

Kalinga News Beuro

Next Post

ମାନସ ସ୍ୱାଇଁ ହତ୍ୟା ମାମଲା : ଅଶ୍ଳୀଳ ସିନେମାରେ ନିରଞ୍ଜନ ହିରୋ

Thu Mar 31 , 2022
ଦିନରେ ଭଜନ ସୁଟିଂ, ରାତିରେ ଅଶ୍ଳୀଳ ସିନେମା, ଦୁଇଟି ଭିଡିଓ ଭାଇରାଲ୍ କଟକ: ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅଶ୍ଳୀଳ ସିନେମାରେ ହିରୋ ଭୂମିକାରେ ଅଭିନୟ କରୁଥିବା ଯେଉଁ ଚର୍ଚ୍ଚା ହେଉଛି, କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରିଛି। ଦିନରେ ଭଜନ ଆଲବମ୍‌ ସୁଟିଂ କରୁଥିବା ବେଳେ ରାତିରେ ହୋଟେଲରେ ଅଶ୍ଳୀଳ ସିନେମାର ସୁଟିଂ ହେଉଥିବା ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହିତ ଗ୍ରହଣ କରିଛି। […]
ଅଶ୍ଳୀଳ ସିନେମାରେ ନିରଞ୍ଜନ ହିରୋ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial