ବାପାର ବିଭତ୍ସ କାଣ୍ଡ: ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ,ଜଣେ ଝିଅର ମୃତ୍ୟୁ

ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ

ଗଡ଼ପୋଷ: ବାପାର ବିଭତ୍ସ କାଣ୍ଡ। ଚାରି ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ। ଗୋଟିଏ ଝିଅ ମୃତ। ତିନି ଝିଅ ଓ ସ୍ତ୍ରୀ ଗୁରୁତର। ଅଭିଯୁକ୍ତ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି। ସମସ୍ତେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ୪ ଝିଅଙ୍କୁ ତଣ୍ଟି କାଟି ବାପା ସୁକୁ ଓରାମ ହତ୍ୟା ଉଦ୍ୟମ କରିଛି। ଝିଅମାନଙ୍କ ବୟସ ୧୫ରୁ ୨ବର୍ଷ ପର୍ଯ୍ୟନ୍ତ। ଜଣେ ତିନିବର୍ଷ ବୟସ ଝିଅର ମୃତ୍ୟୁୁ ଘଟିଛି। ସୁକୁ ମଧ୍ୟ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲ। ଏହି ଘଟଣାରେ ପତ୍ନୀ ଏତେବରୀ ଓରାମ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଗାଁରେ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ ରଣା, ତହସିଲଦାର ଅନୀଲ କୁଲୁ ମଧ୍ୟ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ଘଟଣାର ପ୍ରକୃତ କାରଣ ଜଣାପଡ଼ିନି। ସମସ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Share Now:

Kalinga News Beuro

Next Post

ଅନ୍‌ଲାଇନ୍‌ ଭାରତ ସୁନ୍ଦରୀ ବାଲିପାଟଣା ଝିଅ ଶୁଚିସ୍ମିତା

Sat Jun 12 , 2021
ବାଲିପାଟଣା : ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ହାସଲ କରିବା କଷ୍ଟକର ହୁଏ ନାହିଁ। ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ଚାବିକାଠି। ଏକାଗ୍ରତାର ସହ କୌଣସି କାମରେ ମନନିବେଶ କଲେ, ଅସାଧ୍ୟ କାମ ବି ସହଜ ହୋଇଯାଏ। ଏହି ଚିରନ୍ତନ ସତ୍ୟକୁ ପୁଣିଥରେ ପ୍ରମାଣିତ କରିଛନ୍ତି ବାଲିପାଟଣା ମାଟିର ଝିଅ ଶୁଚିସ୍ମିତା। ଅନ୍‌ଲାଇନ୍‌ରେ ହୋଇଥିବା ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ […]
ଅନ୍‌ଲାଇନ୍‌ ଭାରତ ସୁନ୍ଦରୀ ଶୁଚିସ୍ମିତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial