ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ : ଦମ୍ପତ୍ତି ଅଟକ

ପିଲା ଚୋରି ଅଭିଯୋଗ

ଭୁବନେଶ୍ବର : ରାଜଧାନୀର ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ ହୋଇଛି। ଚୋରି କରି ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ନୟାଗଡ଼ର ଏକ ଦମ୍ପତ୍ତିଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଗତକାଲି ଜାଗମରା ଗାଁ ରୁ ୧୧ ବର୍ଷର ପିଲାକୁ ନେଇଯାଇଥିଲେ। ଆଉ ୩ ଜଣ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ ନେବାକୁ ଚେଷ୍ଟା କରିଥିଲେ। ଗାଁ ଲୋକଙ୍କ ଉଦ୍ୟମରେ ଖୋର୍ଦ୍ଧା ପୁବୁସାହି ନିକଟରୁ ଉଦ୍ଧାର ହେଲା ନିଖୋଜ ପିଲା। ଏକ ଘରୋଇ ବସ ଯୋଗେ ରାଜ୍ୟ ବାହାରକୁ ନେବାକୁ ସେମାନେ ଉଦ୍ୟମ କରିଥିବା ଜଣାପଡ଼ିଛି। ପିଲାଟିକୁ ପରିବାରକୁ ହସ୍ତାନ୍ତର ପରେ ସ୍ୱାମୀ ସ୍ତ୍ରୀଙ୍କୁ ପଚରା ଉଚରା କରୁଛି ପୁଲିସ।

Share Now:

Kalinga News Beuro

Next Post

ବଦଳୁନି ବାଦାମବାଡ଼ି ଭିଡ : ପୁଲିସର ରହସ୍ୟଜନକ ନିରବତା

Wed Apr 27 , 2022
କଟକ: ଆଖି ଆଗରେ ନିୟମ ଖିଲାପ ହେଉଛି। ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି। ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ରହସ୍ୟଜନକ ଭାବେ ପୁଲିସ ଚୁପ କାହିଁକି? କାହିଁକି ମଧୁପାଟଣାରୁ ବାଦାମବାଡି ଯାଏ କଟକର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସୁଧୁରି ପାରୁନି? ମଧୁପାଟଣା ଛକରେ ରହିଛି ମଧୁପାଟଣା ଥାନା ଆଉ ଟ୍ରାଫିକ ଟାୱାର। ଏପଟେ ବାଦାମବାଡି ଛକରେ ରହିଛି ବାଦାମବାଡି ଥାନା। ଦୁଇଟି ଥାନାକୁ ସଂଯୋଗ […]
ବଦଳୁନି ବାଦାମବାଡ଼ି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial