ରାଜଧାନୀରେ ଚାଞ୍ଚଲ୍ୟ: ଭିଜିଲାନ୍ସ ଡିଏସପିଙ୍କ ଠାରୁ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା

ରାଜଧାନୀରେ ଚାଞ୍ଚଲ୍ୟ

ଭୁବନେଶ୍ୱର: ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଭିଜିଲାନ୍ସ ଡିଏସପିଙ୍କ ଠାରୁ ଲୁଟେରାମାନେ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟି ନେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ରାଜଧାନୀର ୟୁନିଟ୍ -୩ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନ ସମୁଖରେ ଠିଆ ହୋଇଥିବା ବେଳେ ଦୁଇଜଣ ବାଇକ୍ ଚାଳକ ସୁନା ଅଳଙ୍କାର ଲୁଟ୍ କରିଥିଲେ। ଲୁଟେରାମାନେ ଡିଏସପି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଏବଂ ତାଙ୍କଠାରୁ ସୁନା ଚେନ୍, ସୁନା କାନଫୁଲ ଏବଂ ଚୁଡ଼ି ଛଡ଼ାଇ ନେଇଥିଲେ। ଡିଏସପି ତନୁଜା ମହାନ୍ତିଙ୍କ ସ୍ବାମୀଙ୍କ କହିବା ଅନୁଯାୟୀ, ଲୁଟେରାମାନେ ତନୁଜାଙ୍କ ବେକରୁ ସୁନା ଚେନ୍ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ସେ ଚିତ୍କାର କରିଥିଲେ। ଚିତ୍କାର ଶୁଣିବା ମାତ୍ରେ ସେ ଘରୁ ବାହାରି ଆସିଥିଲେ। ସେ ଲୁଟେରାମାନଙ୍କ ନିକଟକୁ ଯିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକଧାରୀ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ମାରି ଦେବାକୁ ଧମକ ଦେଇଥିଲା। ସେମାନେ ତାଙ୍କୁ ପିନ୍ଧିଥିବା ସୁନା ଚେନ୍ ଏବଂ ଅନ୍ୟାନ୍ୟ ଅଳଙ୍କାର ହସ୍ତାନ୍ତର କରିବାକୁ କହିଥିଲେ। ଅଳଙ୍କାର ଲୁଟିବା ପରେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ ବୋଲି ତନୁଜା ମହାନ୍ତିଙ୍କ ସ୍ୱାମୀ କହିଛନ୍ତି।

Share Now:

Kalinga News Beuro

Next Post

ଆରୁହା ବଜାର ସହିତ ୬ଟି ୱାର୍ଡ ୩ଦିନପାଇଁ ସଟଡାଉନ ଘୋଷଣା : ସିଂଦୋଳ ସରପଞ୍ଚ

Sun Jul 26 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିଂଦୋଳ ପଞ୍ଚାୟତ ଅଧୀନ ଆରୁହା ବଜାର ସମେତ ୬ଗୋଟି ୱାର୍ଡକୁ ସରପଞ୍ଚ ଜଲ୍ଲାପାଳ କ୍ଷମତା ବଳରେ ୩ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। ସରପଞ୍ଚ ବୈକୁଣ୍ଠନାଥ ପାଣି ଏ ସମ୍ପର୍କରେ ଜିଲ୍ଲାପାଳ ,ଏସପି,ଉପଜିଲ୍ଲାପାଳ ,ତହସିଲଦାର,ବିଡ଼ିଓ ,ଚାନ୍ଦବାଲି ଏସଡ଼ିପିଓ ଏବଂ ତିହିଡି ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। ଭଦ୍ରକ ସହରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ପରେ ବ୍ୟାଙ୍କର […]
Sindol panchayat

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial