ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ମାଷ୍ଟରମାଇଣ୍ଡ ପଠାଣି ବିରୋଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ

ଭୁବନେଶ୍ୱର : ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍। ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ସୂଚନା ରହିଛି।
ଆସନ୍ତାକାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ଼ କରିବ ଏସଟିଏଫ୍। ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ। ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉଁ କେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି। ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି।

Share Now:

Kalinga News Beuro

Next Post

ଶାସ୍ତି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି : କିରେଣ ରିଜିଜୁ

Fri May 19 , 2023
ନୂଆଦିଲ୍ଲୀ: ଏ ସ୍ଥାନାନ୍ତରଣ ଶାସ୍ତି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବୋଲି ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋଧି ରୋଡ୍‌ରେ ଅବସ୍ଥିତ ‘ପୃଥ୍ଵୀ ଭବନ’ରେ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ଆକସ୍ମିକ ସ୍ଥାନାନ୍ତରିତ ହେବାର ଦିନକ ପରେ ଆଜି ଗଣମାଧ୍ୟମକୁ ରିଜିଜୁ କହିଛନ୍ତି, ଏ ସ୍ଥାନାନ୍ତରଣ ଶାସ୍ତି ନୁହେଁ, ଏହା ହେଉଛି ସରକାରଙ୍କ ଯୋଜନା। ଏହା […]
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial