ଶାସ୍ତି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି : କିରେଣ ରିଜିଜୁ

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି

ନୂଆଦିଲ୍ଲୀ: ଏ ସ୍ଥାନାନ୍ତରଣ ଶାସ୍ତି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବୋଲି ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋଧି ରୋଡ୍‌ରେ ଅବସ୍ଥିତ ‘ପୃଥ୍ଵୀ ଭବନ’ରେ ପୃଥ୍ଵୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ଆକସ୍ମିକ ସ୍ଥାନାନ୍ତରିତ ହେବାର ଦିନକ ପରେ ଆଜି ଗଣମାଧ୍ୟମକୁ ରିଜିଜୁ କହିଛନ୍ତି, ଏ ସ୍ଥାନାନ୍ତରଣ ଶାସ୍ତି ନୁହେଁ, ଏହା ହେଉଛି ସରକାରଙ୍କ ଯୋଜନା। ଏହା ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ଦୂରଦୃଷ୍ଟି ବା ପରିକଳ୍ପନା। ଅଦଳବଦଳ ଚିରାଚରିତ ପ୍ରକ୍ରିୟା। କାହାକୁ ନା କାହାକୁ ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। କୌଣସି ତ୍ରୁଟି ହୋଇନାହିଁ। ମୋ ବିରୋଧରେ କହିବା ବିରୋଧୀମାନଙ୍କ କର୍ତ୍ତବ୍ୟ, ସେମାନେ କହୁ ଥାଆନ୍ତୁ।
ନ୍ୟାୟିକ ବ୍ୟବସ୍ଥା ସହିତ ତାଙ୍କର ମତଭେଦ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଲେ ଯେ, ଆଜି ରାଜନୀତି ବିଷୟରେ କହିବା ଦିନ ନୁହେଁ। ସୂଚନାଯୋଗ୍ୟ, ରବିଶଙ୍କର ପ୍ରସାଦ ମନ୍ତ୍ରୀପଦ ଛାଡ଼ିବା ପରେ ୨୦୨୧ ଜୁଲାଇ ୭ରେ ରିଜିଜୁ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଇନ ମନ୍ତ୍ରୀ ଥିବା ସମୟରେ ରିଜିଜୁ ବାରମ୍ବାର ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଟିପ୍ପଣୀ ଦେବା ସହିତ କଲିଜିୟମ୍‌ ନିଯୁକ୍ତି ବ୍ୟବସ୍ଥାକୁ ସମାଲୋଚନା କରୁଥିଲେ। ତାଙ୍କ ଟିପ୍ପଣୀ ଯୋଗୁଁ ବିଚାରପତି ନିଯୁକ୍ତି କ୍ଷେତ୍ରରେ ସବୁବେଳେ ନ୍ୟାୟିକ ବ୍ୟବସ୍ଥା ଓ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ଲାଗୁଥିଲା।

Share Now:

Kalinga News Beuro

Next Post

ସାବିତ୍ରୀରେ ଧୋକା ଦେଲେ ସତ୍ୟବାନ

Fri May 19 , 2023
ଭୁବନେଶ୍ୱର: ସାବିତ୍ରୀରେ ଧୋକା ଦେଇଦେଲେ ସତ୍ୟବାନ। ସ୍ତ୍ରୀଙ୍କୁ ଛାଡ଼ି ଆଉ ଜଣେ ଯୁବତୀଙ୍କୁ ଦେଇଥିଲେ ମନ। ସାବିତ୍ରୀର ଦିନକ ପୂର୍ବରୁ ପର କରି ଚାଲି ଯିବାର ଉଦ୍ୟମ କରିଥିଲା ସତ୍ୟବାନ। ଏପରିକି ସେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ଲାଗି ନିର୍ବନ୍ଧ କରିବାକୁ ପ୍ରସ୍ତୁତ ହେଉଥିଲା।ଅଭିଯୁକ୍ତ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିବା ଜାଣିପାରି ସ୍ତ୍ରୀ ଏନେଇ ପୁଲିସକୁ ସୂଚିତ କରିବା ପରେ ନିର୍ବନ୍ଧ ବେଳେ ପହଞ୍ଚିଗଲା […]
ବନ୍ଧା ହେଲା ବିବାହିତ ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial