ଅବତରଣ ସମୟରେ ଏୟାର ଆରବ ବିମାନରେ ବଡ଼ ଅଘଟଣ : ୨୨୨ ଯାତ୍ରୀ ସୁରକ୍ଷିତ

ବିମାନରେ ଘଟିଲା ବଡ଼ ଅଘଟଣ

କୋଚି: ସାରଜାରୁ କୋଚି ଅଭିମୁଖେ ଆସୁଥିବା ଏୟାର ଆରବ ଏୟାରଲାଇନ୍ସର ଏକ ବିମାନ ଆଜି (ଶୁକ୍ରବାର) ସନ୍ଧ୍ୟାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଛି। ଏହି ବିମାନରେ ୨୨୨ ଜଣ ଯାତ୍ରୀ ଥିଲେ। ରିପୋର୍ଟରୁ ପ୍ରକାଶ, ଆଜି (ଶୁକ୍ରବାର) ସନ୍ଧ୍ୟାରେ ଆରବ ଏୟାରଲାଇନ୍ସର ଏହି ଯାତ୍ରୀବାହୀ ବିମାନଟି ୨୨୨ ଯାତ୍ରଙ୍କ ସମେତ ୭ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ସାରଜାରୁ କୋଚି ଅଭିମୁଖେ ଆସୁଥିଲା। ତେବେ, କୋଚି ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ସମୟରେ ୟୁଏଇର ସାରଜାରୁ କୋଚି ଅଭିମୁଖେ ଆସୁଥିବା ଏୟାର ଆରବ ବିମାନ (ଜି୯-୪୨୬)ର ହାଇଡ୍ରୋଲିକ୍‌ ଅବତରରଣ ସମୟରେ ଅଚଳ ହୋଇ ପଡ଼ିଥିଲା।
ତେବେ, ବିମାନର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିବା କୋଚ ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଏବଂ ବିମାନରେ ଥିବା ସମସ୍ତ ୨୨୨ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସେମାନେ କହିଛନ୍ତି। ଏହି ଘଟଣା ପରେ କୋଚି ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ।

Share Now:

Kalinga News Beuro

Next Post

ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର : ବିଦ୍ୟାଳୟରେ ପଶିଲା ପାଣି, ଆଶ୍ରମ ସ୍କୁଲରୁ ପିଲା ସ୍ଥାନାନ୍ତରିତ

Sat Jul 16 , 2022
କାଲିମେଳା: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରିି ରହିଛି। ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି। ଆନ୍ଧ୍ର ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ଘରଦ୍ବାର, ବିଦ୍ୟାଳୟ ଓ ଜାତୀୟ ରାଜପଥ ବୁଡ଼ିଯାଇଛି। ରାସ୍ତାରେ କିଛି ସ୍ଥାନରେ ବନ୍ୟାଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ବନ୍ୟା ପାଣି […]
ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial