ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ବେଳେ ପାଲେଷ୍ଟାଇନ୍‌କୁ ସହାୟତା ପଠାଇଲା ଭାରତ

ପାଲେଷ୍ଟାଇନ୍‌କୁ ସହାୟତା ପଠାଇଲା ଭାରତ-1

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ଆଜି ଭାରତ ଗାଜାବାସୀଙ୍କ ଲାଗି ପାଲେଷ୍ଟାଇନ୍‌କୁ ୬.୫ ଟନ୍‌ର ମାନବୀୟ ସହାୟତା ପଠାଇଛି। ଉଲ୍ଲେଖଯୋଗ୍ୟ, ଯୁଦ୍ଧ ଲାଗିଥିବାରୁ ଗାଜାର ସାଧାରଣ ନାଗରିକମାନେ ମାନବୀୟ ସଙ୍କଟରେ ପଡ଼ିଛନ୍ତି। ଭାରତ ପଠାଇଥିବା ସହାୟତା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ ବାୟୁସେନାର ଗୋଟାଏ ‘ସି-୧୭’ ବିମାନ ରିଲିଫ୍‌ ସାମଗ୍ରୀ ନେଇ ଇଜିପ୍ଟର୍‌ ଏଲ୍‌-ଆରିଶ୍‌ ବିମାନ ବନ୍ଦରକୁ ଯାଇଛି।
‘ଏକ୍ସ୍‌’ କରି ସେ ଲେଖିଛନ୍ତି,ପାଲେଷ୍ଟାଇନ୍‌ବାସୀଙ୍କ ପାଇଁ ଭାରତ ମାନବୀୟ ସହାୟତା ପଠାଇଲା। ପାଲେଷ୍ଟାଇନ୍‌ବାସୀଙ୍କ ପାଇଁ ଭାରତୀୟ ବାୟୁସେନାର ‘ସି-୧୭’ ବିମାନ ୬.୫ ଟନ୍‌ର ଡାକ୍ତରୀ ସହାୟତା ଏବଂ ୩୨ ଟନ୍‌ର ବିପର୍ଯ୍ୟୟ ରିଲିଫ୍‌ ସାମଗ୍ରୀ ନେଇ ଇଜିପ୍ଟର ଏଲ୍‌-ଆରିଶ୍‌ ବିମାନ ବନ୍ଦରକୁ ଯାଇଛି। ରିଲିଫ୍‌ ସାମଗ୍ରୀରେ ଅଛି- ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍‌ ସାମଗ୍ରୀ, ତମ୍ବୁ, ‘ସ୍ଲିପିଙ୍ଗ୍‌ ବ୍ୟାଗ୍‌’, ପାଲ, ପରିମଳ ସାମଗ୍ରୀ, ଜଳ ବିଶୋଧନକାରୀ ବଟିକା ଆଦି ଅତ୍ୟାବଶ୍ୟକ ସାମଗ୍ରୀ। ଅକ୍ଟୋବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନ୍‌ର ରାଷ୍ଟ୍ରପତି ମହମ୍ମଦ୍‌ ଆବାସ୍‌ଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହେବା ପରେ ଉପରୋକ୍ତ ରିଲିଫ୍‌ ସାମଗ୍ରୀ ପଠାଯାଇଛି। ରକେଟ୍‌ ମାଡ଼ ଯୋଗୁଁ ଗାଜାସ୍ଥିତ ଅଲ୍‌ ଆହ୍‌ଲୀ ହସ୍ପିଟାଲ୍‌ରେ ସାଧାରଣ ଜନତାଙ୍କ ଜୀବନହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଥିଲେ।

Share Now:

Kalinga News Beuro

Next Post

ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା : ଦୁଇ ଅଭିଯୁକ୍ତ କନେଷ୍ଟବଳଙ୍କ ଥାନାରେ ଆତ୍ମସମର୍ପଣ

Sun Oct 22 , 2023
ଗୁଣପୁର: ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି ଗୁଣପୁର ସହରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗତ ୬ ମାସ ମଧ୍ୟରେ ସହରରେ ଏହା ତୃତୀୟ ହତ୍ୟାକାଣ୍ଡ। ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଟିକା ସାହିର ଠିକାଦାର ଅଶୋକ କୁମାର ବରାଡ଼ଙ୍କ ଶବକୁ ଉପଖଣ୍ଡ ଡାକ୍ତରଖାନାରେ ଠାବ କରାଯାଇଛି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ଲୋକେଶ ବରାଡ଼ ଥାନାରେ ଅଭିଯୋଗ କରିଛନ୍ତି। ଖବର ନେବାରୁ ଜଣାପଡ଼ିଛି […]
ବାକି ଟଙ୍କା ଆଦାୟକୁ କେନ୍ଦ୍ରକରି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial