ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ: କେନ୍ଦ୍ର ସରକାର ପକ୍‌ସୋ ଆଇନ୍‌ରେ କରିବେ ପରିବର୍ତ୍ତନ

ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ଓ ବିଚାର ୬ ମାସ ମଧ୍ୟରେ ଶେଷ ହେବା

ନୂଆଦିଲ୍ଲୀ: କଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପି ତୀବ୍ର ଉତ୍ତେଜନା ଓ ପ୍ରତିକ୍ରିୟା ସୃଷ୍ଟି କରିବା ପରେ କେନ୍ଦ୍ର ସରକାର, ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌/ ପିଓସିଏସ୍‌ଓ (ପକ୍‌ସୋ) ଆଇନ୍‌ରେ ପରିବର୍ତ୍ତନ ଆଣି ଦୁଷ୍କର୍ମକାରୀମାନଙ୍କ ପାଇଁ ମୁତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କର ଉପସଚିବ ଆନନ୍ଦ ପ୍ରକାଶ ଆଜି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏବେ ଦେଶରେ ନାବାଳିକମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଘଟଣା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ତେଣୁ, ଏହି ପରିପ୍ରେକ୍ଷୀରେ ସରକାର ପ୍ରୋଟେକ୍‌ସନ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌/ ପିଓସିଏସ୍‌ଓ (ପକ୍‌ସୋ) ଆଇନ୍‌ ୨୦୧୨ରେ ପରିର୍ତ୍ତନ ଆଣିବା ପାଇଁ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି। ଏହି ପରିବର୍ତ୍ତନରେ ୧୨ ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ମୁତ୍ୟୁଦଣ୍ଡର ବ୍ୟବସ୍ଥା ସହ ପକ୍‌ସୋ ଆଇନ୍‌ ଆଧାରରେ ଆଗତ ହେଉଥିିବା ଏଫ୍‌ଆଇଆର୍‌ଗୁଡ଼ିକ ତଦନ୍ତ ଓ ବିଚାର ପକ୍ରିୟା ଏଫ୍‌ଆଇଆର୍‌ ଆଗତର ୬ ମାସ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିବା, କେନ୍ଦ୍ର ସରକାରଙ୍କର ଉପସଚିବ ଆନନ୍ଦ ପ୍ରକାଶ ଆଜି ସୁପ୍ରିମ୍‌ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ରଥଯାତ୍ରା ପୂର୍ବରୁ ବ୍ରହ୍ମପୁରରୁ ଭଦ୍ରକକୁ ଗଡ଼ିବ ‘ମେମୁ ଟ୍ରେନ୍‌’

Fri Apr 20 , 2018
ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥରେ ଚାଲିବ ‘ମେମୁ ଟ୍ରେନ୍’। ବ୍ରହ୍ମପୁର ଓ ଭଦ୍ରକ ମଧ୍ୟରେ ଏହି ଟ୍ରେନ୍ ଚାଲିବ। ମେମୁ ଟ୍ରେନ(Mainline Engine Multiple Unit) ଉଭୟ ପଟେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡିନଥାଏ ଓ ଦ୍ରୁତ ଗତିରେ ଚାଲିଥାଏ । ପୂର୍ବତଟ ରେଳବାଇ ଜିଏମ୍ ଉମେଶ ସିଂହ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି-“ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୭୦ କୋଟି ଖର୍ଚ୍ଚ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial