ମଦ ବଦଳରେ ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ

ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଦେଶର ବିଭିନ୍ନ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ ସବୁ ସେବା ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏଭଳି ସମୟରେ ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ଦୁଇଟି ଭିନ୍ନଭିନ୍ନ ଘଟଣାରେ ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ସମସ୍ତଙ୍କ ବୟସ ୩୫ବର୍ଷରୁ ୪୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଲକଡାଉନ ହେତୁ ଦୋକାନ ବଜାର ବନ୍ଦ ରହିଛି। ଏଭଳି ସମୟରେ ଯେଉଁମାନେ ପ୍ରତିଦିନ ମଦ ପିଅନ୍ତି ସେମାନେ ମଦ ଟିକିଏ ପାଇଁ ଚାରିଆଡେ ଘୁରି ବୁଲୁଛନ୍ତି। ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ସାନିଟାଇଜରରେ କିଛି ପରିମାଣର ଆଲକୋହଲ ଥିବା ଶୁଣିଥିଲେ ଦତ୍ତା ଲାଞ୍ଜେବାର ଓ ନୂତନ ପାଥକର। ତେବେ ମଦ ନମିଳିବାରୁ ଦତ୍ତା ଲାଞ୍ଜେବାର ଓ ନୂତନ ପାଥକର ଶେଷରେ ସାନିଟାଇଜର ପିଇ ନିଜନିଜ ଘରକୁ ଚାଲି ଯାଇଥିଲେ। ବିଳମ୍ବିତ ରାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଦୁହିଁଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ହସ୍ପିଟାଲରୁ ଦୁହେଁ ଘରକୁ ଚାଲି ଯାଇଥିଲେ। ଘରକୁ ଆସିବାର କିଛି ସମୟ ପରେ ଦତ୍ତା ଲାଞ୍ଜେବାର ଓ ନୂତନ ପାଥକରଙ୍କ ମୃତ୍ୟୁ ହୋଇଯାଇଥିଲା। ଏପରି ସମାନ ଘଟଣା ଆୟତା ନଗରରେ ଘଟିଛି। ଏଠାରେ ସନ୍ତୋଷ ମେହର, ଗଣେଶ ନାନ୍ଦେକର, ଗଣେଶ ସେଲାର ଓ ସୁନୀଲ ଢ଼େଙ୍ଗଲେଙ୍କର ବି ସାନିଟାଇଜର ପିଇବା ହେତୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share Now:

Kalinga News Beuro

Next Post

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ: ଉଦ୍ଧବ ଠାକରେ

Sun Apr 25 , 2021
ମୁମ୍ବାଇ: ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି। ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି କରୋନା ଟିକା। ଏହି ଟିକାର ଦାମକୁ ନେଇ ଦେଶରେ ରାଜନୀତି ଚାଲିଥିବା ବେଳେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ମାଗଣାରେ ଟିକା ଦିଆଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ଏହାଦ୍ୱାରା ରାଜ୍ୟରେ ଦୃତଗତିରେ ଟିକାକରଣ […]
୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial