ଥାନାରେ ହାଜର ହେବାକୁ ମନ୍ତ୍ରୀ ନାରାୟଣ ରାଣେଙ୍କୁ ନିର୍ଦ୍ଦେଶ ଦେଲେ ଅଦାଲତ

ଥାନାରେ ହାଜର ହେବାକୁ ମନ୍ତ୍ରୀ ନାରାୟଣ ରାଣେଙ୍କୁ ନିର୍ଦେଶ-1

ମୁମ୍ବାଇ: ‘ଉଦ୍ଧବ ଠାକ୍‌ରେଙ୍କୁ ଚଟକଣା’ ମନ୍ତବ୍ୟ ଯୋଗୁଁ ଗତକାଲି ଗରିଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ୮ ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲେ ସୁଦ୍ଧା ସେପ୍ଟେମ୍ବର ୨ ତାରିଖ ଦିନ ନାଶିକରେ ପୁଲିସ ଆଗରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେଙ୍କ ବିରୋଧରେ ଦିଆଯାଇଥିବା ୪ଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନାଶିକରେ ଦାଏର ହୋଇଛି। ଆଗାମୀ ଗରୁବାର ମଧ୍ୟାହ୍ନ ୧୨ଟାରେ ଥାନାରେ ହାଜର ହେବା ଲାଗି ଗତ ବିଳମ୍ବିତ ରାତ୍ରରେ ମନ୍ତ୍ରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଅଚାନକ ଗିରଫ କରାଯାଇଥିବା ମନ୍ତ୍ରୀ ରାଣେଙ୍କୁ ରାତି ପ୍ରାୟ ୯.୪୫ରେ ଜାମିନ ମଳିଥିଲା। ଉପଯୁକ୍ତ ନୋଟିସ୍ ବିନା ତାଙ୍କୁ ରାଜନୈତିକ ଅଭିସନ୍ଧି ରଖି ଗିରଫ କରାଯାଇଥିବା କଥା ସେ ରାୟଗଢ଼ ଅଦାଲତରେ ଯୁକ୍ତି ବାଢ଼ିଥିଲେ। ଏହାଛଡ଼ା ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ଏବଂ ସେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ବୋଲି ଅଦାଲତଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ୧୫,୦୦୦ ଟଙ୍କା ମୁଚାଲିକାରେ ମୁକ୍ତ କରାଯାଇ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧୩ ତାରିଖରେ ପୁଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗିରଫଦାରୀ ଯୁକ୍ତିଯୁକ୍ତ ବୋଲି ରାୟଗଢ଼ ‌ଅଦାଲତଙ୍କର ହୃଦ୍‌ବୋଧ ହୋଇଥିଲା। ରାଣେ ଆଉ ଏଭଳି ଅପରାଧ ନ କରିବା ଉଚିତ ବୋଲି ଅଦାଲତ ଜାମିନ ଆଦେଶରେ ଉଲ୍ଲେଖ କରିଥିଲେ। ଉପରୋକ୍ତ ମନ୍ତବ୍ୟ ସଂକ୍ରାନ୍ତ କୌଣସି ପ୍ରମାଣର ଜାଲିଆତି ନ କରିବାକୁ ମଧ୍ୟ ଅଦାଲତ ରାଣେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଖ୍ୟାତିକୁ ବିଗାଡ଼ିବା ପାଇଁ କୌଣସି ଷଡ଼ଯନ୍ତ୍ର ଚାଲିଛି କି, ନାହିଁ ତାହାର ସତ୍ୟାସତ୍ୟ ଜାଣିବା ଲାଗି ୬୯ ବର୍ଷିୟ ବିଜେପି ନେତା ରାଣେଙ୍କୁ ପୁଲିସ ୭ ଦିନ ପାଇଁ ହାଜତକୁ ନେବାକୁ ଚାହିଁଥିଲା।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲର ଦୟନୀୟ ସ୍ଥିତି : ବାରଣ୍ଡାରେ ୬ ଘଣ୍ଟା ଛଟପଟ ହେଲା କୋମଳମତି ଶିଶୁ

Wed Aug 25 , 2021
ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌ ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ […]
ହସ୍ପିଟାଲ୍‌ ବାରଣ୍ଡାରେ ୬ ଘଣ୍ଟା ଛଟପଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial