ଜଣେ ଆଇପିଏସ୍‌ ଅଫିସରଙ୍କ ଭାଇ ଆତଙ୍କର ସୌଦାଗର

ନୂଆଦିଲ୍ଲୀ: ଆଇପିଏସ ଅଫିସରଙ୍କ ଭାଇ ହେଲେ ଆତଙ୍କବାଦୀ। ଉତ୍ତରପୂର୍ବାଞ୍ଚଳ କ୍ୟାଡରର ଜଣେ ଆଇପିଏସ ଅଫିସରଙ୍କ ଭାଇ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଗ୍ରୁପ୍‌ରେ ସାମିଲ ହୋଇଛନ୍ତି। ଗତ ମେ ୨୨ରୁ ସମ୍ପୃକ୍ତ ଯୁବକ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଗତ ମେ ୨୨ ତାରିଖରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ତେବେ ହଠାତ୍‌ ସେ ଏକ ରାଇଫଲ ଧରିଥିବାର ଫଟୋ ଭାଇରାଲ ହେବା ପରେ ସେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ଯୁବକ ଜଣକ ହେଲେ ସାମ୍‌ସୁଲ ହକ୍‌ ମେନ୍‌ଗ୍ନୋ। ସାମ୍‌ସୁଲ ବନ୍ଧୁକ ଧରିଥିବାର ଫଟୋ ହିଜ୍‌ବୁଲ ପକ୍ଷରୁ ଭାଇରାଲ କରାଯାଇଛି।

ବହୁଚର୍ଚ୍ଚିତ ଆତଙ୍କବାଦୀ ବୁରାହନ୍‌ ୱାନୀଙ୍କ ମୃତ୍ୟୁବାର୍ଷିକୀ ଅବସରରେ ପାଖାପାଖି ଡଜନେରୁ ଅଧିକ ଆତଙ୍କବାଦୀ ନିଯୁକ୍ତି ଦିଆଯାଇଥିବା ହିଜ୍‌ବୁଲ ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ପ୍ରଚାର କରାଯାଥିଲା। ନୂତନ କରି ନିଯୁକ୍ତି ପାଇଥିବା ଆତଙ୍କବାଦୀଙ୍କ ଫଟୋକୁ ଉକ୍ତ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ବେଳେ ସେଥିରେ ୨୫ ବର୍ଷୀୟ ସାମ୍‌ସୁଲ ସାମିଲ ଥିବା ଜଣାପଡ଼ିଛି।

ବୁରାହନ୍‌ ୱାନୀ ଉକ୍ତ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର ଥିଲେ। ସାମ୍‌ସୁଲଙ୍କ ପ୍ରକୃତ ଘର ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାରେ। ବ୍ୟାଚଲର ଅଫ୍ ୟୁନାନି ମେଡିସିନ୍‌ ଆଣ୍ଡ ସର୍ଜରୀ ବିଭାଗରେ ଅଧ୍ୟୟନ କରୁଥିବା ସାମ୍‌ସୁଲ ଅଧାରୁ ପାଠପଢ଼ା ଛାଡ଼ିଦେଇଥିଲେ। ଜଣେ ବରିଷ୍ଠ ପୋଲିସ ଅଫିସରଙ୍କ କହିବା ଅନୁଯାୟୀ ଆତଙ୍କବାଦୀଙ୍କ ପ୍ରରୋଚନାରେ ପଡ଼ି ସେ ଗତ ମେ ୨୫ ତାରିଖରେ ସଙ୍ଗଠନରେ ସାମିଲ ହୋଇଛନ୍ତି। ସାମ୍‌ସୁଲଙ୍କ ବଡ଼ ଭାଇ ହେଉଛନ୍ତି ଇନାମୁଲ୍‌ ହକ୍ । ୨୦୧୨ ବ୍ୟାଚ୍‌ର ଆଇପିଏସ ଅଫିସର ଇନାମୁଲ୍‌ ଉତ୍ତର-ପୂର୍ବାଞ୍ଚଳରେ ଆଇପିଏସ ଅଫିସର ଭାବେ ନିଯୁକ୍ତି ପାଇଥିଲେ। ତେବେ ଗତ ମେ ୨୨ରୁ ସାମ୍‌ସୁଲ୍‌ ନିଖୋଜ୍‌ ହେବା ପରେ ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ କରାଯାଇଥିଲା। ଏବେ ତାଙ୍କ ଫଟୋ ଭାଇରାଲ ହେବା ପରେ ସେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ସ୍ମାର୍ଟ ସିଟିରେ ୨୫ କୋଟିର ୩ ପ୍ରକଳ୍ପ ଲୋକାର୍ପିତ

Mon Jul 9 , 2018
ଭୁବନେଶ୍ୱର: ସ୍ମାର୍ଟ ସିଟିର ତିନିଟି ପ୍ରକଳ୍ପକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହାସହ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଭୁବନେଶ୍ୱରକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଘୋଷଣା ହେବା ପରେ ଏହା ସବୁଠୁ ବଡ଼ ଉଦ୍‌ଘାଟନୀ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ପ୍ରାୟ ୨୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରିବାକୁ ଥିବା ବେଳେ ଏଥିରେ ସାରା ସହରରେ ଲାଗିଥିବା ଆଡାପ୍ଟିଭ୍‌ ଟ୍ରାଫିକ ସିଗନାଲ୍‌ ସିଷ୍ଟମ୍‌, ବିଏମ୍‌ସି-ଭବାନି ମଲ୍‌ରେ ନିର୍ମାଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial