ଭାରତ ସରକାରଙ୍କ ଅନୁମତି ବିନା କେବଳ ଭିସା ଦେଖାଇ ଯାଇପାରିବେ ପାକିସ୍ତାନ

କେବଳ ଭିସା ଦେଖାଇ ଯାଇପାରିବେ ପାକ୍

ନୂଆଦିଲ୍ଲୀ: ସୁଧୁରୁଛି କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ। ଭାରତ ନେଇଥିବା ନିଷ୍ପତ୍ତି ପରେ ଏବେ ଏ ଚର୍ଚ୍ଚା ସାରା ଭାରତରେ ଲାଗି ରହିଛି। ଏବେ ଯେଉଁମାନେ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି, ସେମାନେ କେବଳ ଭିସା ଦେଖାଇ ପାକିସ୍ତାନ ଯାଇପାରିବେ। ବର୍ତ୍ତମାନ ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କଠାରୁ ବିଶେଷ ଅନୁମତି ନେବାକୁ ପଡ଼ିବ ନାହିଁ। ଏହାପୂର୍ବରୁ ଭିସା ଥିଲେ ବି ଅଟାରି-ୱାଘା ସୀମା ଦେଇ ପାକିସ୍ତାନ ଯିବା ପାଇଁ ଭାରତ ସରକାରଙ୍କ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ୁଥିଲା। ଏହି ନିଷ୍ପତ୍ତି ନେବା ସହିତ ଭାରତ ସରକାର ପାକିସ୍ତାନ ଯାଉଥିବା ଯାତ୍ରୀମାନଙ୍କୁ ବିଶେଷ ସୁବିଧା ପ୍ରଦାନ କରିଛନ୍ତି। ତେବେ କିଛି ଦିନ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଭାରତର ଏକ ମିସାଇଲ ସୀମା ଅତିକ୍ରମ କରି ପାକିସ୍ତାନ ଭିତରେ ପଡ଼ିଥିଲା। ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଥିଲା। ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରି ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲା।

Share Now:

Kalinga News Beuro

Next Post

ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

Mon Mar 14 , 2022
ନୂଆଦିଲ୍ଲୀ: ଲୋକସଭାରୁ ଆଜି ଇସ୍ତଫା ଦେଇଛନ୍ତି ଭଗବନ୍ତ ମାନ। ପଞ୍ଜାବର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସାଙ୍ଗରୁରର ସାଂସଦ ଭଗବନ୍ତ ମାନ ବାଚସ୍ପତି ଓମ ବିର୍ଲାଙ୍କୁ ଇସ୍ତଫା ଦେବା ପୂର୍ବରୁ ସୋମବାର ଶେଷ ଥର ପାଇଁ ଲୋକସଭାକୁ ଆସିଥିଲେ । ଲୋକସଭାରୁ ଇସ୍ତଫା ଦେବା ପରେ ମାନ କହିଛନ୍ତି ଯେ ସେ ଏହି ଗୃହକୁ ମିସ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ସେବା କରିବା ପାଇଁ ପଞ୍ଜାବର […]
ଲୋକସଭାରୁ ଇସ୍ତଫା ଦେଲେ ଭଗବନ୍ତ ମାନ

ଆହୁରି ପଢ଼ନ୍ତୁ