ଟିକାକରଣ ଉପରୁ ବୟସ କଟକଣା ହଟାଯାଉ: ଅରବିନ୍ଦ କେଜ୍ରିୱାଲ୍

ଟିକାକରଣ ଉପରୁ ବୟସ କଟକଣା ହଟାଯାଉ

ନୂଆଦିଲ୍ଲୀ: ଦିଲ୍ଲୀରେ ଉଦ୍‌ବେଗଜନକ ଭାବେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ କେତେଗୁଡ଼ିଏ ନୂତନ କଟକଣା ଜାରି କରିବାର ଦିନକ ପରେ ଟିକାକରଣ ଉପରୁ ବୟସ କଟକଣା ହଟାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଦିଲ୍ଲୀରେ ଏବେ ବଢ଼ି ଚାଲିଥିବା ସଂକ୍ରମଣ ହାର ତୃତୀୟ ପ୍ରବାହ ସମୟର ସର୍ବାଧିକ ସଂକ୍ରମଣ ହାର ଠାରୁ ଅଧିକ ବୋଲି ମଧ୍ୟ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ସମାଧାନ ନୁହେଁ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, କେନ୍ଦ୍ର ସରକାର ସବୁ ବୟସବର୍ଗଙ୍କ ନିମନ୍ତେ ଟିକାକରଣ ଉନ୍ମୁକ୍ତ କରିଦେବା ଉଚିତ। କରୋନାଭାଇରସ୍‌ ଚକ୍ର ଭାଙ୍ଗିବା ପାଇଁ ୪୫ରୁ କମ୍‌ ବର୍ଷ ବୟସର ଲୋକମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ। କୋଭିଡ୍‌-୧୯ ଟିକା ନେବା ନିମନ୍ତେ ବୟସ କଟକଣା ଉଠାଇବା ପ୍ରସଙ୍ଗରେ ମୁଁ ଅନେକ ଥର କେନ୍ଦ୍ର ସରକାରଙ୍କୁ କହିଛି। ଦ୍ୱାର ଦ୍ୱାର ବୁଲି ଲୋକମାନଙ୍କୁ ଟିକା ଦେବା ନିମନ୍ତେ ଦିଲ୍ଲୀ ସରକାର ଅଭିଯାନ ଆରମ୍ଭ କରିଛନ୍ତି। ଦିଲ୍ଲୀର ୬୫% ଆକ୍ରାନ୍ତ ହେଉଛନ୍ତି ୪୫ ବର୍ଷରୁ କମ୍‌ ବୟସର ବ୍ୟକ୍ତି। ଏହାଛଡ଼ା, ସମ୍ପ୍ରତି ଦ୍ରୁତ ବୃଦ୍ଧି ପାଇଥିବା ସଂକ୍ରମଣ ରୋକିବା ଲାଗି କେତେକ କଟକଣା ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାର ଉଦ୍ଦେଶ୍ୟ ନାହିଁ। ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ।

Share Now:

Kalinga News Beuro

Next Post

ଶୂନ୍ୟ ସଞ୍ଜୟ ଖାତାରୁ ବିଭିନ୍ନ ସେବା କର ଲଗାଇ ଶହ ଶହ କୋଟି ଟଙ୍କା ଲୁଟୁଛନ୍ତି ବ୍ୟାଙ୍କ

Mon Apr 12 , 2021
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଦେଶର ବିଭିନ୍ନ ବ୍ୟାଙ୍କ ଗରିବ ଲୋକମାନଙ୍କ ଜିରୋ ବାଲାନ୍ସ ଖାତାରୁ ବିଭିନ୍ନ ସେବାକର ଲଗାଇ ଶହ ଶହ କୋଟି ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି। ଆଇଆଇଟି ବମ୍ବେ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ କରିଛି କି ଶୂନ୍ୟ ବାଲାନ୍ସ ଖାତାଧାରୀମାନେ ସେମାନଙ୍କ ଖାତାରୁ ୪ ଥରରୁ ଅଧିକ ଟଙ୍କା ବାହାର କଲେ ପ୍ରତିଥର ୧୭.୭୦ ଟଙ୍କା କର ଆଦାୟ କରିବାକୁ […]
ଏସ୍‌ବିଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial