ଶୂନ୍ୟ ସଞ୍ଜୟ ଖାତାରୁ ବିଭିନ୍ନ ସେବା କର ଲଗାଇ ଶହ ଶହ କୋଟି ଟଙ୍କା ଲୁଟୁଛନ୍ତି ବ୍ୟାଙ୍କ

ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଦେଶର ବିଭିନ୍ନ ବ୍ୟାଙ୍କ ଗରିବ ଲୋକମାନଙ୍କ ଜିରୋ ବାଲାନ୍ସ ଖାତାରୁ ବିଭିନ୍ନ ସେବାକର ଲଗାଇ ଶହ ଶହ କୋଟି ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି। ଆଇଆଇଟି ବମ୍ବେ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ କରିଛି କି ଶୂନ୍ୟ ବାଲାନ୍ସ ଖାତାଧାରୀମାନେ ସେମାନଙ୍କ ଖାତାରୁ ୪ ଥରରୁ ଅଧିକ ଟଙ୍କା ବାହାର କଲେ ପ୍ରତିଥର ୧୭.୭୦ ଟଙ୍କା କର ଆଦାୟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି କର ବାବଦରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୦୧୫ ରୁ ୨୦୨୦ ମଧ୍ୟରେ ୧୨ କୋଟି ଖାତାଧାରକଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଛି। ଏହାକୁ ନେଇ ଆଇଆଇଟି ବମ୍ବେର ଜଣେ ଗବେଷକ କହିଛନ୍ତି କି ଏଭଳି କରି ଏସବିଆଇ ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଙ୍ଘନ କରିଛି। ସେହିଭଳି ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ୨୦୧୫ ରୁ ୨୦୨୦ ମସିହା ମଧ୍ୟରେ ୩.୯ କୋଟି ଗରିବ ଖାତାଧାରୀମାନଙ୍କ ଠାରୁ ୯.୯ କୋଟି ଟଙ୍କା ଆଦାୟ କରିଛି। ଏନେଇ ଗବେଷଣା କରୁଥିବା ଆଇଆଇଟି ବମ୍ବେର ପ୍ରଫେସର ଆଶିସ୍ ଦାସ କହିଛନ୍ତି କି ଜମାଖାତାରୁ ଡିଜିଟାଲ କାରବାର ସହ ୪ ଥରରୁ ଅଧିକ ଟଙ୍କା ବାହାର କଲେ ବ୍ୟାଙ୍କ ଯେଭଳି ଭାବେ ପ୍ରତି ଟ୍ରାନଜାକସନ୍ ଉପରେ ୧୭.୭୦ ଟଙ୍କା କର ଆଦାୟ କରୁଛି ତାହା ରିଜର୍ଭ ବ୍ୟାଙ୍କ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ। କହି ରଖୁ କି ଗରିବ ଲୋକମାନଙ୍କର ଜିରୋ ବାଲାନ୍ସ ଆକାଉଣ୍ଟ ସବୁଠାରୁ ଅଧିକ ଏସବିଆଇ ପାଖରେ ଅଛି। ପ୍ରଫେସର ଦାସ କହିଛନ୍ତି କି, ସେବା କର ନାମରେ ଗରିବ ଲୋକମାନଙ୍କଠାରୁ ଏଭଳି କର ଆଦାୟ କରିବା ଅନୁଚିତ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୩ ସେପ୍ଟେମ୍ବର ମାସରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ କି ଜମାଖାତାରୁ ମାସକୁ ୪ ଥରରୁ ଅଧିକ ଟଙ୍କା ଉଠାଣ ଉପରେ କୌଣସି ବ୍ୟାଙ୍କ କର ଆଦାୟ କରିପାରବେ ନାହିଁ।

Share Now:

Kalinga News Beuro

Next Post

ନନ୍ଦନକାନନ‌ରେ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି: ମାସେ ପରେ ଗଡ଼ିବ ଶିଶୁ ରେଳ

Mon Apr 12 , 2021
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ୬ବର୍ଷ ଧରି ବନ୍ଦ ରହିଥିବା ଶିଶୁ ରେଳ ପୁଣି ଟ୍ରାକ୍‌କୁ ଫେରିବ। ଏନେଇ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାର ମଜା ନେବା ପାଇଁ ଶିଶୁ ଓ ପର୍ଯ୍ୟଟକମାନଙ୍କୁ ଆଉ ମା‌ସଟିଏ ଅପେକ୍ଷା କରିବାକୁ ପଡ଼ିପାରେ। ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୋଳ ପୂର୍ଣ୍ଣିମା ବେଳେ ଗୋଟିଏ ଇଞ୍ଜିନ ଆସିଥିଲା। ଏବେ ସୁଦ୍ଧା ଗୋଟିଗୋଟି […]
ମାସେ ପରେ ଗଡ଼ିବ ଶିଶୁ ରେଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial