ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ : ପ୍ରଧାନମନ୍ତ୍ରୀ କିସିଦା

ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ ଜାପାନ ଭାରତରେ ନିଜର ପୁଞ୍ଜି ନିବେଶକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ। ଆସନ୍ତା ୫ ବର୍ଷରେ ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ବା ୫ ଲକ୍ଷ କୋଟି ଜାପାନୀ ୟେନ ଭାରତରେ ନିବେଶ କରାଯିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଭାରତରେ ପହଞ୍ଚିବା ପରେ କିସିଦା ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ପ୍ରଯୁକ୍ତିଗତ ସହଯୋଗ ବୃଦ୍ଧି ପାଇଁ ଦୁଇ ନେତା ରାଜି ହୋଇଥିଲେ। ଏହାଛଡ଼ା ସାଇବର ସିକ୍ୟୁରିଟି, କ୍ଷମତା ନିର୍ମାଣ, ସୂଚନା ଆଦାନ ପ୍ରଦାନ ଲାଗି ଉଭୟ ଦେଶ ରାଜି ହୋଇଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ବିକାଶ, ସହଯୋଗ ଓ ସମୃଦ୍ଧି ହେଉଛି ଭାରତ-ଜାପାନ ବନ୍ଧୁତ୍ବର ମୁଖ୍ୟ ଭିତ୍ତି। ସୂଚନାଯୋଗ୍ୟ ଯେ, ଉଭୟ ଭାରତ ଓ ଜାପାନ ହେଉଛନ୍ତି କ୍ବାଡ୍ ମେଣ୍ଟର ମହତ୍ତ୍ବପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର। ବିଶ୍ବରେ ଚୀନର ପ୍ରଭାବକୁ ରୋକିବାକୁ ଗଠିତ ଏହି ସଂଗଠନର ଅନ୍ୟ ଦୁଇ ଶକ୍ତିଶାଳୀ ସଦସ୍ୟ ଦେଶ ହେଲେ ଆମେରିକା ଓ ଅଷ୍ଟ୍ରେଲିଆ । କିଛି ଦିନ ତଳେ ଅନୁଷ୍ଠିତ କ୍ବାଡ ମେଣ୍ଟର ଏକ ବୈଠକରେ ମଧ୍ୟ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଗୋଟିଏ ଦିନରେ ୬ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି

Sat Mar 19 , 2022
ଭୁବନେଶ୍ୱର: ଗୋଟିଏ ଦିନରେ ୬ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଆଜି ଯେଉଁ ନେତାମାନେ ନିଲମ୍ବିତ ହୋଇଛନ୍ତି, ସେମାନେ ହେଲେ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଂପାଦକ ସ୍ଵାକ୍ଷର ରଂଜନ ମହାନ୍ତି, ରଶ୍ମିରଂଜନ ଜେନା, ଅଶୋକ ରାଜ, ମହିଳା ଶାଖା ଉପସଭାପତି ଝରଣା ମଲ୍ଲିକ, ସଂପାଦିକା ବୀଣାପାଣି ଦାସ ଓ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ବେହେରା। Share Now:
୬ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial