ନୂଆଦିଲ୍ଲୀ : ଦେଶ ଜଣେ ନିରପେକ୍ଷ ତଥା ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ କରୁଛି, ଏପରି ବ୍ୟକ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏକଥା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, “ ଉଦାହରଣସ୍ୱରୂପ ପ୍ରଧାନମନ୍ତ୍ରୀଙ୍କୁ ବିରୋଧରେ କୌଣସି ଅଭିଯୋଗ ଆସିଲା, ସେତେବେଳେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା। କିନ୍ତୁ ଯଦି ମୁଖ୍ୟ ନିର୍ବାଚନ କମିସନର ଦୂର୍ବଳ ଥିବେ ତାହା ସମଗ୍ର ବ୍ୟବସ୍ଥାର ବିଫଳତା ନୁହେଁ କି ?” ଅନେକ କମିଟି କହୁଛନ୍ତି ନିର୍ବାଚନ କମିସନରେ ସଂସ୍କାର ଆବଶ୍ୟକ। ରାଜନୈତିକ ନେତାମାନେ ଛାତ ଉପରେ ଛିଡ଼ା ହୋଇ ମଧ୍ୟ ସେୟା କହୁଛନ୍ତି। କିନ୍ତୁ କିଛି ହେଉନାହିଁ। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସିଇସି ସବୁ ପ୍ରକାରର ରାଜନୈତିକ ପ୍ରଭାବରୁ ମୁକ୍ତ ରହିବା ଆବଶ୍ୟକ। ଏଥିପାଇଁ ଆମକୁ ସେମାନଙ୍କ ଚୟନ ପାଇଁ ଏକ ମୁକ୍ତ ଓ ବୃହତ୍ ସଂସ୍ଥା ଆବଶ୍ୟକ, କେବଳ କ୍ୟାବିନେଟ ନୁହେଁ। ଗତକାଲି ସୁପ୍ରିମକୋର୍ଟ କହିଥିଲେ ଯେ, ଟି.ଏନ.ଶେଷାନଙ୍କ ପରି ଟାଣୁଆ ମୁଖ୍ୟ ନିର୍ବାଚନ କମିସନ ଦରକାର। ଭାରତର ନିର୍ବାଚନ କମିସନରେ ସଂସ୍କାର ଆଣିବାକୁ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ଟିପ୍ପଣି ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଦଣ୍ଡିତ କରିପାରୁଥିବା ଭଳି ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ

Share Now: