ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛିବା ବଡ ସଫଳତା। ମାଓବାଦୀଙ୍କ ଡମ୍ପ ଉଦ୍ଧାର କରିବା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ କରାଯାଇଛି। ଆଜି ଏସପି ନିତୀଶ ୱାଧୱାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଚାଲିଯାଇଥିଲେ ମଧ୍ୟ ସେଠାରେ ରହିଥିବା ଜଂଗଲରେ ମାଓବାଦୀ ବିପୁଳ ପରିମାଣରେ ମାଓ ବିସ୍ଫୋରକ ମାଟି ତଳେ ଲୁଚାଇ ରଖିଛନ୍ତି, ଯାହାକୁ ଏବେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇ ସେହି ବିସ୍ଫୋରକଗୁଡିକକୁ ଜବତ କରିବାରେର ସହଯୋଗ କରୁଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସ୍ୱାଭିମାନ ଅଞ୍ଚଳର ଯଡାମ୍ବ ଥାନା ଅନ୍ତର୍ଗତ ଧାକଡପଦର ଗ୍ରାମ୍ୟ ଜଂଗଲରେ ନକ୍ସଲ ବିପୁଳ ପରିମାଣର ମାଓ ସାମଗ୍ରୀ ମାଟି ତଳେ ଲୁଚାଇ ରଖିଛନ୍ତି। ଏହି ଖବର ମାଲକାନଗିରି ଏସପି ପାଇବା ପରେ ତୁରନ୍ତ ସେହି ଅଞ୍ଚଳରେ ଏସଓଜି, ଡିଭିଏଫ ସହ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ମାଟି ତଳେ ମାଓବାଦୀ ବହୁ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଏବଂ ଦୈନନ୍ଦିନ ସାମଗ୍ରୀ ଲୁଚାଇ ରଖିଥିଲେ। ସେଗୁଡିକ ମଧ୍ୟରୁ ଏସବିଏମଏଲ ବନ୍ଧୁକ ଗୋଟିଏ, ରାଇଫଲ ମାଉଣ୍ଟ ଟେଲିସ୍କୋପ ଗୋଟିଏ, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଲେଖାଏଁ ୭ କିଲୋ, ୫ କିଲୋ ଏବଂ ୩ କିଲୋ ଓଜନର ଟିଫିନ ବୋମ, ଷ୍ଟିଲ ବକ୍ସରେ ଗୋଟିଏ ଅଢେଇ କିଲୋ ଓଜନର ବୋମା, ଦେଢ କିଲୋ ଓଜନର ଗୋଟିଏ ବୋମା, କ୍ଲେମର ବୋମା ଗୋଟିଏ, କୋଡେକ୍ସ ତାର ବୋମା, ଏଚଇ ଗ୍ରେନେଡ, ଡିଟୋନେଟର, ବିଦ୍ୟୁତ ଡିଟୋନେଟର, କ୍ୟାମେର ଫ୍ଲାସ, ମାଓ ପୋଷାକ, କଳାକପଡା, ରିମୋଟ, ବ୍ୟାଟେରୀ, ମାଓ ପୁସ୍ତକ, ଲ୍ୟାପଟପ ବ୍ୟାଗ ସମେତ ୭୫ ପ୍ରକାର ବିସ୍ଫୋରକ, ବନ୍ଧୁକ, ସମେତ ବହୁ ଦୈନନ୍ଦିନ ସାମଗ୍ରୀ ରହିଛି। ମାଓବାଦୀଙ୍କୁ ସ୍ୱାଭିମାନ ଅଞ୍ଚଳରେ ତଡିବା ପରେ ମାଓବାଦୀ ଏସବୁ ସାମଗ୍ରୀକୁ ଜଂଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଛନ୍ତି, ଯାହାକୁ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଜାଣିଛନ୍ତି। ମାଓବାଦୀ ଏଠାରୁ ବିତାଡିତ ହେବା ପରେ ଏଠାରେ ମୌଳିକ ସୁବିଧା ପହଞ୍ଚିବା ପରେ ଲୋକେ ପ୍ରଶାସନ ଓ ପୁଲିସକୁ ବିଶ୍ୱାସକୁ ନେଇଛନ୍ତି। ଫଳରେ ପୁଲିସ ନିକଟରେ ଏହି ଅଞ୍ଚଳର ଶହ ଶହ ମିଲିସିଆ ଏବଂ ମାଓ ସମର୍ଥକମାନେ ଆତ୍ମସମର୍ପଣ କରୁଛନ୍ତି। ଆଗକୁ ମଧ୍ୟ ପ୍ରଶାସନର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ବହୁ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି।
ସ୍ୱାଭିମାନ ଅଞ୍ଚଳରୁ ପୁଣି ବିପୁଳ ପରିମାଣରେ ବିସ୍ଫୋରକ ଓ ସାମଗ୍ରୀ ଜବତ

Share Now: