ଅନ୍ଧବିଶ୍ୱାସରୁ ମାଇଁର ମୁଣ୍ଡ କାଟିଲା ଭଣଜା: କଟାମୁଣ୍ଡ ସହ ଧରିଲା ପୁଲିସ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସରୁ ଘଟିଛି ଏକ ଅଭାବନୀୟ କାଣ୍ଡ। ଡାହାଣୀ ସନ୍ଦେହରେ ସଂପର୍କର ସରହଦ ଡେଇଁ ମାଇଁର ମୁଣ୍ଡ କାଟିଛି ଭଣଜା। ଏଭଳି ସମ୍ବେଦନଶୀଳ ତଥା ଲୋମହର୍ଷଣ ଘଟଣା ଘଟିଛି ଜିଲ୍ଳାର ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ। ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ଓରଫ ଶୁକୁରା (୨୮)ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିଲା। ତେବେ ଝିଅର ମୃତ୍ୟୁରେ ମର୍ମାହତ ଶୁକୁରା ସନ୍ଦେହ କରିଥିଲା କି ତାର ସଂପର୍କୀୟା ମାଇଁ ଡେମ୍ପର(୬୦) ଗୁଣିଗା‌ରେଡ଼ି କରି ଝିଅକୁ ମାରି ଦେଇଛି। ସେ ସନ୍ଦେହ କରୁଥିଲା କି ଡେମ୍ପର ଜଣେ ଡାହାଣୀ ଓ ତା’ଝିଅକୁ ଖାଇଗଲା। ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଶୁକୁରା ସମ୍ପର୍କୀୟ ମାଇଁ ସେହି ଗ୍ରାମର ଆଜି ଦିନ ପ୍ରାୟ ୧୧ ଟା ସମୟରେ ନୂଆସାହି ଛକ ନିକଟରେ ଲେପା ସିଂଙ୍କ ପତ୍ନୀ ଡେମ୍ପରର ଘରକୁ ଯାଇ ଏକ ବାର୍ଚ୍ଛାରେ ମୁଣ୍ଡ ଗଣ୍ଡିକୁ ଅଲଗା କରି ହତ୍ୟା କରିଥିଲା। ପରେ କଟା ମୁଣ୍ଡ ଓ ବାର୍ଚ୍ଛା ଧରି ଚାଲି ଚାଲି ପୁଲିସ ନିକଟରେ ସର୍ମପଣ କରିବାକୁ ଆସୁଥିବା ବେଳେ ଖବର ପାଇ ପୁଲିସ ରାସ୍ତାରୁ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ପରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଅବ୍ୟାହତ ରଖିଛି। ଏଥିନେଇ ଖୁଣ୍ଟା ଥାନାରେ କେସ ନଂ ୯୬/ ୨୦ରେ ଏକ ମାମଲା ରୁଜୁ କରିଛି ପୁଲିସ।

Share Now:

Kalinga News Beuro

Next Post

୧୯ ତାରିଖରେ ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ: ରାଜ୍ୟରେ ଲାଗି ରହିପାରେ ପ୍ରବଳ ବର୍ଷା

Mon Jun 15 , 2020
ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ସ୍ପର୍ଶ କଲା ପରେ ଶନିବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପକ୍ଷରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial