ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୧୭ ମସିହା ଜୁନ୍‌ ୨୩ ତାରିଖ ଦିନ ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମରେ ଅଭିଯୁକ୍ତ ଯୁବକ ସରୋଜ ଷଣ୍ଢ (୨୬) ଜଣେ ୧୫ ବର୍ଷୀୟା ନାବାଳିକାକୁ ଅପହରଣ କରି ନେଇ ବିବାହର ପ୍ର‌ଲୋଭନ ଦେଖାଇ ତା’ ସହ ଦୁଷ୍କର୍ମ କରିଥିଲା। ସରୋଜ ସଲାଗୁଡ଼ାର ନିଜ ମାଉସୀ ଘରେ ସମ୍ପୃକ୍ତ ନାବାଳିକାକୁ ରଖି ତା’ ସହ ଶାରୀରିକ ସମ୍ପର୍କ ରଖିଥିଲା।
ଲୋକଙ୍କଠାରୁ ଖବର ପାଇ ପୀଡ଼ିତା ନାବାଳିକାଙ୍କ ବାପା ଏ ସମ୍ପର୍କରେ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଫିରିଙ୍ଗିଆ ପୁଲିସ ୨୦୧୭ ମସିହା ଜୁଲାଇ ୧୧ ତାରିଖ ଦିନ ଫିରିଙ୍ଗିଆ ବସ୍‌ଷ୍ଟାଣ୍ଡରୁ ପୀଡ଼ିତାକୁ ଉଦ୍ଧାର କରିବା ସହ ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ମିହିର ରଞ୍ଜନ ପରିଡ଼ା ୧୧ ଜଣଙ୍କର ସାକ୍ଷ୍ୟ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ କୋର୍ଟ ଜିଲ୍ଲା ଲିଗାଲ୍‌ ଏଡ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ପକ୍‌ସୋ କୋର୍ଟର ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ଅକାମୀ ପଡ଼ିଛି ସରକାରୀ ପ୍ରକଳ୍ପ : ରାଜଧାନୀବାସୀ ପାଉ ନାହାନ୍ତି ସୁଫଳ

Thu Feb 29 , 2024
ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କୋଟିକୋଟି ଟଙ୍କା ଖର୍ଚ୍ଚରେ ମାଳାମାଳ ପ୍ରକଳ୍ପ ପ୍ରସ୍ତୁତ ହେଲା। ହେଲେ ସେଥିରୁ ଅଧାରୁ ଅଧିକ ଖତ ଖାଇ ରାଜଧାନୀବାସୀଙ୍କୁ ସେବା ଦେଇ ପାରୁନାହିଁ। ଏବେ ସ୍ମାର୍ଟ ସିଟି ବନ୍ଦ ହେବାକୁ ବସିଲାଣି। ଅପରପକ୍ଷରେ ବିଏମ୍‌ସି ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ପାଇଁ କୋଟି କୋଟି ଟଙ୍କାରେ ପ୍ରକଳ୍ପ ପ୍ରସ୍ତୁତ କରୁଛି। ହେଲେ ସେଥିରୁ ଅନେକ କାମରେ ଲାଗି ପାରୁନାହିଁ। ପ୍ରକଳ୍ପଗୁଡ଼ିକରେ କେବଳ ଠିକାଦାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial