ବାଇଁଶିଆ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

ଗଁଦିିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତରେ ଥିବା ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଓଡାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫୦)। ତାଙ୍କୁ ଗତ ୧୩ ତାରିଖ ଦିନ ତାଙ୍କ ସ୍ତ୍ରୀ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସକାଳ ସମୟରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ। ଫିଟସ ମାରିବାରୁ ଆମ୍ବୁଲାନ୍ସ ଦ୍ୱାରା ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ଶ୍ରୀରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହାକୁ ନେଇ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share Now:

Kalinga News Beuro

Next Post

ଚେନ୍ନାଇର ଆପୋଲ ହସ୍ପିଟାଲ୍‌‌ରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ

Tue Feb 28 , 2023
ଗାନ୍ଧୀନଗର: କିଡ୍‌ନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ୍‌‌ରେ ଭର୍ତ୍ତି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ। ମୋଦୀଙ୍କ ବାପା ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହିରାବେନ୍‌ଙ୍କର ପ୍ରହଲ୍ଲାଦ ହେଉଛନ୍ତି ପଞ୍ଚମ ସନ୍ତାନ। ସେ ଗୁଜୁରାଟର ଅହମ୍ମଦାବାଦରେ ଏକ ତେଜରାତି ଦୋକାନ ଓ ଟାୟାର୍‌ ସୋ ରୁମ୍‌ ଚଳାଉଛନ୍ତି। ଗତବର୍ଷ ଡିସେମ୍ବର ୨୭ ତାରିଖରେ ପ୍ରହଲ୍ଲାଦ ମୋଦୀ କର୍ଣ୍ଣାଟକ ମୈସୁର […]
ମୋଦୀଙ୍କ ସାନ ଭାଇ ପ୍ରହଲ୍ଲାଦ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial