ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ

ବୀଭତ୍ସ ହତ୍ୟା ପଛରେ ରହିଛି ପୂର୍ବ ସମ୍ପର୍କ

ହତ୍ୟାକାଣ୍ଡ ଭିଆଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ : ମୃତ ମହିଳାଙ୍କ ବାପା

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ। ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍‌ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା। ସେପଟେ ଭୀମଟାଙ୍ଗି ମହିଳାଙ୍କୁ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ମୃତ ମହିଳାଙ୍କ ବାପା। ହତ୍ୟାକାଣ୍ଡ ଭିଆାଇଥିବା ଯୁବକକୁ ମୁଁ ଜାଣିନାହିଁ କି ଚିହ୍ନିନାହଁ। ଆଇନ ଅନୁସାରେ ତାକୁ ଦଣ୍ଡ ମିଳିବ। ଅନ୍ୟପଟେ ଭଉଣୀ ଓ ଭିଣୋଇ ଖୁସିରେ ରହୁଥିଲେ ବୋଲି କହିଛନ୍ତି ତାଙ୍କ ଭାଇ। ଗତକାଲି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଘଟିଥିଲା ଏ ଜଘନ୍ୟ ହତ୍ୟାକାଣ୍ଡ। ମାମଲାର ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ। କେଉଁ ପରିସ୍ଥିତିରେ ଘଟିଥିଲା ହତ୍ୟାକାଣ୍ଡ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ।

Share Now:

Kalinga News Beuro

Next Post

ପଙ୍କ ସଫେଇର ମହାଦୁର୍ନୀତି : ଦୁଇ ଘଣ୍ଟା ବର୍ଷାରେ ଭାସିଲା କଟକ

Wed Jul 7 , 2021
କଟକ: ଗତ ସଂଧ୍ୟାରେ ଦୁଇ ଘଣ୍ଟା କଚ୍ଚା ବର୍ଷାରେ ଭାସିଛି କଟକ। ଅଧିକାଂଶ ଅଞ୍ଚଳରେ ରାସ୍ତା ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି। କଟକରେ ଜଳବନ୍ଦୀ ସମସ୍ୟା କିଛି ନୂଆକଥା ନୁହେଁ। କିନ୍ତୁ ବର୍ଷର ପ୍ରଥମ ବଡ ବର୍ଷାରେ ଏଭଳି ସ୍ଥିତି ଡ୍ରେନ୍ ପଙ୍କୋଦ୍ଧାରକୁ ନେଇ ହୋଇ ଆସୁଥିବା ଦୁର୍ନୀତି ଆଉ ଅବ୍ୟବସ୍ଥାର ଅଭିଯୋଗକୁ ସତ ପ୍ରମାଣିତ କରିଛି। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରତ୍ୟେକ ବର୍ଷ କଟକର ଡ୍ରେନରୁ ପଙ୍କୋଦ୍ଧାର […]
ପଙ୍କ ସଫେଇର ମହାଦୁର୍ନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial