ସୀମାନ୍ତରେ ପୁଣି ନକ୍ସଲ ହିଂସା : ୫ ଗ୍ରାମବାସୀଙ୍କୁ ହତ୍ୟାକଲେ ମାଓବାଦୀ

୪ ଗ୍ରାମବାସୀଙ୍କ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଅନ୍ୟ ଜଣକୁ ଅପହରଣ କରି ହତ୍ୟା କଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ନକ୍ସଲ ହିଂସା। ଗତକାଲି ରାତିରେ ଛତିଶଗଡର ବିଜାପୁର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ୫ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଖବର ମିଳିଛି। ସେଥି ମଧ୍ୟରୁ ବାସାଗୁଡା ଥାନା ଅଞ୍ଚଳର ଫୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ଯୁବକକୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି। ଦାସର ରାମାନ୍ନାଙ୍କୁ ଗତକାଲି ରାତିରେ ୧୫ ଜଣ ନକ୍ସଲ ଅପହରଣ କରି ନେଇ ଜଙ୍ଗଲରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ଶବକୁ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଯିବା ସହ ଏକ ପୋଷ୍ଟର ଲଗାଇ ଦେଇଛନ୍ତି। ପୋଷ୍ଟର ନିକଟରେ ଦାସର ରାମନ୍ନା ପୁଲିସ ଇନଫର୍ମର ଭାବେ କାମ କରୁଥିବାରୁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି। ଭୟରେ ପରିବାର ଲକେ ପୁଲିସ ନିକଟକୁ ଏତଲା ଦେବାକୁ ଯାଇପାରୁ ନାହାନ୍ତି। ସେହିପରି ବିଜାପୁର ଜିଲ୍ଲାର ହିଁ ଗାଂଗଲୁର ଥାନା ଅଞ୍ଚଳର କୁରଚେଲୀ ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅପହରଣ କରିନେଇ ପ୍ରଜାକୋର୍ଟରେ ହାଜର କରାଇଥିଲେ। ପ୍ରଜାକୋର୍ଟରେ ସମସ୍ତେ ପୁଲିସର ଖବରଦାତା ଭାବେ କାମ କରୁଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତଙ୍କୁ ନକ୍ସଲ ହତ୍ୟା କରିଥିଲେ। ତେବେ ଜିଲ୍ଲାରେ ଗତ ଦେଢ ମାସ ମଧ୍ୟରେ ଯବାନ ଏବଂ ସାଧାରଣ ଲୋକଙ୍କୁ ମିଶାଇ ୧୩ ଜଣଙ୍କର ମୁଣ୍ଡ ନେଇସାରିଲେଣି ମାଓବାଦୀ। ପୁଲିସକୁ ଟାର୍ଗେଟ କରି ନକ୍ସଲ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଉଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ପୁଲିସର ସୁରକ୍ଷା ମାଗିଛନ୍ତି।

Share Now:

Kalinga News Beuro

Next Post

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ: ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

Wed Sep 23 , 2020
ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି। ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ […]
ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial