ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମାମଲାର ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟ ଗ୍ରହଣ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ମାମଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ଆଜି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରଥମ ସାକ୍ଷୀ ବାଂଶଡା ଥାନା ସଦାନନ୍ଦପୁର ଗ୍ରାମର ବାପୁ ଓରଫ ଦେବାଶିଷ ଜେନାଙ୍କ ଦ୍ଵିତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ହୋଇଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଛି। ତେବେ ଅଭିଯୁକ୍ତ ଶର୍ମିଷ୍ଠା, ସହଯୋଗୀ ଝୁନା ଭୋଇ ଏବଂ ଅନ୍ୟ ଦୁଇ ଅପରାଧି ଏବେ ଭଦ୍ରକ ଜେଲରେ ବିଚାରାଧିନ ବନ୍ଦୀ ଭାବରେ ଅଛନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବରେ କଡାସୁରକ୍ଷା ମଧ୍ୟରେ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦେବାଶିଷ ତାଙ୍କ ବୟାନରେ କହିଥିଲେ ଯେ ତାଙ୍କ ଅଞ୍ଚଳର ସମସ୍ତ ଭିଡିଓ ସୁଟିଂ କଲ ମାନସ ସ୍ୱାଇଁଙ୍କୁ ଦିଅନ୍ତି। ପଳାସପୁର ଗ୍ରାମର ବଳଭଦ୍ର ଭୋଳଙ୍କ କନ୍ୟା ବାହାଘର କାର୍ଯ୍ୟ ମଧ୍ୟ ସେ ମାନସକୁ ଦେଇଥିଲେ। ମାନସ ୨୦୨୨ ମସିହା ଫେବୃଆରି ୫ ତାରିଖ ସଂଧ୍ୟାରେ ଭୁବନେଶ୍ୱରରୁ ତାଙ୍କର ଜଣେ ସହଯୋଗୀଙ୍କ ସହ ଆସି ତାଙ୍କ ପାଖରେ ପହଞ୍ଚି ଥିଲା।
ତାଙ୍କୁ ନେଇ ବଳଭଦ୍ର ଭୋଳଙ୍କ ଘରେ ସେ ୬ ତାରିଖ ସକାଳେ ଛାଡି ଆସିଥିଲା ଓ ୭ ତାରିଖରେ ଉଭୟଙ୍କୁ ନେଇ ଫେରିଥିଲା। ପଳାସପୁର ମନ୍ଦିର ପାଖରେ ସ୍ୱାଧିକାର ନ୍ୟୁଜ ଚ୍ୟାନେଲ ସାମ୍ବାଦିକ ଶରତ ପଣ୍ଡା ତାଙ୍କୁ ଅଟକାଇଥିଲେ ଓ ତାଙ୍କ ପଛରେ ଥିବା (ଓଡି-୦୨-୬୫୯୯) କାରରୁ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଆସି ମାନସକୁ ମୋବାଇଲ କ୍ୟାମେରା ଓ ଚିପ ମାଗିଥିଲେ। ସେ ମନା କରିବାରୁ ସେମାନେ ତା ଗାଲକୁ ଦୁଇ ଚାପୁଡା ମାରି କାର ଭିତରକୁ ଘୋଷାରି ନେଇ ବସାଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନା ଭୋଇକୁ ସେ ଚିହ୍ନିଥିଲା। ମାତ୍ର ଜେଲରେ ଥିବା ରଞ୍ଜନ ବିଷୟରେ କିଛି କହିପାରିନଥିଲା। ପ୍ରକାଶ ଥାଉକି କ୍ରାଇମବ୍ରାଞ୍ଚ ତରଫରୁ ଯେଉଁ ଚିହ୍ନଟ ପ୍ରକ୍ରିୟା (ଟି.ଆଇ.ପ୍ୟାରେଡ) ହୋଇଥିଲା, ସେତେବେଳେ ବାପୁ, ଶର୍ମିଷ୍ଠା, ଝୁନା ଓ ବିବେକକୁ ଚିହ୍ନିଥିଲା। ମାତ୍ର ବିବେକ ନିଜର ଅସୁସ୍ଥତା ଦର୍ଶାଇ କୋର୍ଟରେ ହାଜର ହୋଇ ନ ଥିଲା। ଆଜି ଦିନତମାମ ଦେବାଶିଷକୁ ଅଭିଯୁକ୍ତମାନଙ୍କ ଓକିଲମାନେ ଗୋଡେଇତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ସଠିକ ଭାବରେ ସେ ପ୍ରଦାନ କରିଥିଲେ ବୋଲି ସରକାରୀ ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ମୃତମହିଳାଙ୍କ ପରିଚୟ ଜାଣିବା ଲାଗି ପୋଷ୍ଟର ଲଗାଇଲା ଜିଆରପି ପୁଲିସ

Mon Apr 24 , 2023
ଭୁବନେଶ୍ୱର: ରାଜଧାନୀର ସତ୍ୟ ନଗର କୋଚିଂ ୟାର୍ଡରେ ଟ୍ରେନ ଶୌଚାଳୟରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୁଲିସ ସକ୍ରିୟ ହୋଇଉଠିଛି।ଜିଆରପି ପୁଲିସ ମୃତ ମହିଳାଙ୍କ ପୋଷ୍ଟର ଲଗାଇଛି। ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ଜାଗାରେ ପୋଷ୍ଟର ଲଗାଇଛି ଜିଆରପି। ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ ଏବଂ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ […]
ଟ୍ରେନ ଶୌଚାଳୟରୁ ମହିଳାଙ୍କ ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial