୨ ଜଣ ସାଇବର ଲୁଟେରାକୁ ଗିରଫ କଲା ପୁଲିସ

ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୁଲିସ ୨ ଜଣ ସାଇବର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ଲୋକଙ୍କୁ ଲଟେରି ଜିତି ଲକ୍ଷପତି ହୋଇଛନ୍ତି କହି କୌଶଳ କ୍ରମେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଦୁଇଭାଇ। ସେମାନଙ୍କ ନାମ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀ। ବିଭିନ୍ନ ଥାନା ଅଞ୍ଚଳରେ ଏହି ସାଇବର ଲୁଟେରାମାନେ ଲୋକଙ୍କୁ ଠକି ଟଙ୍କା ଲୁଟି ନେଇଥିବା ପୁଲିସ କହିଛି। ପ୍ରଥମ ଘଟଣାଟି ଗତ ୨୦୨୨ ମସିହା ମେ ମାସରେ ଓର୍କେଲ ଥାନା ଅନ୍ତର୍ଗତ ଚିମଟାପାଲୀ ଗ୍ରାମର ଚଞ୍ଚଳା ପାଙ୍ଗୀ(୩୦) ଓର୍କେଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ନିକଟକୁ ଏକ ଫୋନ ଯୋଗେ ୨୫ ଲକ୍ଷ ଟଙ୍କା ଜିତିଥିବା ନେଇ ଜଣେ ବ୍ୟକ୍ତି କହିଥିଲା। ପରେ ଏହି ଲୋଟେରି ଟଙ୍କା ପାଇବାକୁ ହେଲେ ବିଭିନ୍ନ ସମୟରେ ଟଙ୍କା ପକାଇବାକୁ କୁହାଯାଇଥିଲା। ଚଞ୍ଚଳା ୨୦ ହଜାର ଟଙ୍କା ଦେବା ପରେ ମଧ୍ୟ ସାଇବର ଲୁଟେରା ଆହୁରି ଟଙ୍କା ମାଗିବା ପରେ ସେ ଠକାମୀର ଶିକାର ହୋଇଥିବା ହୃଦୟଙ୍ଗମ କରି ଆଉ ଟଙ୍କା ଦେଇନଥିଲେ। ମିଥ୍ୟା ଫୋନ କରି ଲୋଟେରି ପାଇଥିବା ଖବର ଦେଇ ଏଭଳି ଟଙ୍କା ଲୁଟ କରିଥିବା ନେଇ ଥାନାରେ ଏତଲା ଦେବା ପରେ କେଶ ନମ୍ବର ୮୭/୨୨ ରେ ପୁଲିସ ତଦନ୍ତ କରୁଥିଲା।
ସେହିପରି ଓର୍କେଲ ଥାନା ଅଞ୍ଚଳର ନାଲିଗୁଡା ଗ୍ରାମର ଜଗେର ନାଲିଙ୍କ ପୁଅ ସନିଆ ନାଲି(୩୦) ଗତ ବର୍ଷ ହିଁ କୈଳାଶ ଦେହୁରୀ ଏବଂ ଅଶ୍ୱିନୀ କୁମାର ପ୍ରଧାନ ନାମକ ଦୁଇ ବ୍ୟକ୍ତି ସନିଆ ଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ଏହି ଘଟଣାରେ ଓର୍କେଲ ପୁଲିସ କେଶ ନମ୍ବର ୧୧୯/୨୨ କେଶ ରୁଜୁ କରି ତଦନ୍ତ କରୁଥିଲେ। ତୃତୀୟ ଘଟଣାଟି ହେଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ଗ୍ରାମର ରାଜକୁମାର ପାଙ୍ଗିଙ୍କ ପତ୍ନୀ ଜହ୍ନ ପାଙ୍ଗୀ(୨୫)ଙ୍କୁ ମଧ୍ୟ ଏହି ଲୁଟେରାମାନେ ୨୫ ଲକ୍ଷ ଟଙ୍କା ଜିତିଥିବା ପ୍ରଲୋଭନ ଦେଖାଇ ୨୬ ହଜାର ଟଙ୍କା ଲୁଟିଥିଲେ। ତେବେ ପୁଲିସ ଏହି ଘଟଣାର ତଦନ୍ତ କରି ଗତକାଲି କନ୍ଧମାଳ ଜିଲ୍ଲାର କାଲାଡି ଗ୍ରାମର ଦେବେଶ୍ୱର ଦେହୁରୀଙ୍କ ଦୁଇ ପୁଅ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଏହି ଦୁଇ ଜଣ ଅଭିଯୁକ୍ତ ଓଡ଼ିଶାରେ ରହି ଏହି ରାକେଟ ଚଳାଉଥିଲେ ବୋଲି ପୁଲିସ କହିଛି। ଲୁଟ କରିଥିବା ମୋଟ ୨ ଲକ୍ଷ ୯୬ ହଜାର ଟଙ୍କା ଏମାନେ ବିଭିନ୍ନ ସମୟରେ ଓଡ଼ିଶା ବାହାର ଥିବା ଆକାଉଣ୍ଟରେ ପକାଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ରହିଥିବାରୁ ତଦନ୍ତ ଚାଲିଥିବା ପୁଲିସ କହିଛି। ପୁଲିସର ଏହି ସଫଳତା ପରେ ଆଗକୁ ମଧ୍ୟ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ନ୍ୟାୟ ପାଇବେ ବୋଲି ଆଶା ପ୍ରକଟ କରାଯାଉଛି।

Share Now:

Kalinga News Beuro

Next Post

ଆସନ୍ତାକାଲି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ

Sat Feb 18 , 2023
ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଫେବୃଆରୀ ୧୯) ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେହିପରି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଚେକ୍‌ ହସ୍ତାନ୍ତର କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି। […]
ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial