ବାଘଛାଲ ଡିଲ ବେଳେ ମାଡ଼ି ବସିଲା ପୁଲିସ, ୮ଜଣ ଗିରଫ

ବାଘଛାଲ ଡିଲ ବେଳେ ମାଡ଼ି ବସିଲା ପୁଲିସ

ବାରିପଦା: ପୁଣି ଏକ ବାଘଛାଲ ଜବତ କରିଛି ପୁଲିସ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର କତରା ଠାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘ ଛାଲ ଡିଲ୍‌ ବେଳେ ଜବତ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍‌ ନେଇ ପୁଲିସ ବିଭାଗ ପାଖରେ ଖବର ଥିଲା। ଢ଼ାବାରେ ବୁଧବାର ଏକ କଲରାପତରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୁଲିସ ଟିମ ଛପି ରହିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଉକ୍ତ ସ୍ଥାନରୁ ବାଘ ଛାଲ ଡିଲ୍‌ ଚାଲି ଥିବା ବେଳେ ଆସାମୀ ମାନଙ୍କୁ ମାଡିବସିଥିଲେ। କଲରାପତରିଆ ବାଘ ଚମଡା ଜବତ ସହ ୮ ଜଣକୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ତେବେ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Share Now:

Kalinga News Beuro

Next Post

ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି

Wed Feb 1 , 2023
ଭୁବନେଶ୍ବର: ଆଗାମୀ ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ସେ ପୂର୍ବାହ୍ନ ୧୧ଟା ୪୫ ମିନିଟ ସମୟରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ […]
୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial