ଭୁବନେଶ୍ୱର: ରାଜ୍ୟରେ ଏବେ ବି ଚାଲିଛି ବାଲ୍ୟ ବିବାହ। ଖୋଦ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ପ୍ରଶାସନ ଅଟକାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ନିକଟ ଡୁମୁଡୁମାରେ ବିବାହ ଚାଲିଥିବା ବେଳେ ପୁଲିସ୍ ଅଟକାଇଥିଲା। ପୁଲିସ୍, ଚାଇଲ୍ଡ ଲାଇନ୍ ଓ ସିଡିପିଓ ମିଳିତ ଚଢାଉ କରି ବିବାହ ଅଟକାଇଥିଲେ। ଉଦ୍ଧାର ନାବାଳିକାକୁ ଚାଇଲ୍ଡଲାଇନକୁ ପ୍ରଶାସନ ହସ୍ତାନ୍ତର କରିଛି। କୁହାଯାଉଛି ଯେ କନ୍ୟାକୁ ବାହାଘର ବୟସ ହୋଇନଥିବା କଥା ଚାଇଲ୍ଡ ଲାଇନ୍ ରେ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ଖଣ୍ଡଗିରି ପୁଲିସ ସହାୟତାରେ ବାହାଘର ସ୍ଥଳରେ ଚାଇଲ୍ଡ ଲାଇନର ସଦସ୍ୟମାନେ ଓ ପୁଲିସ ପହଞ୍ଚିଲା ବେଳକୁ ବାହାଘର ସରିଯାଇଥିଲା। ଏହାପରେ ବି ପ୍ରଶାସନ କନ୍ୟାକୁ ନେଇଆସିଥିଲେ। ବାହା ହେବା ପରେ ବି ବର ଶିଶୁପାଳ ହୋଇ ଫେରିଛି।
Share Now: