ବିଜେବି କଲେଜରେ ୩ ଛାତ୍ରଙ୍କୁ ଗୋଡ଼େଇ‌ ଗୋଡ଼େଇ ହାଣିଲେ୧୫ ଅଣଛାତ୍ର

ବିଜେବି କଲେଜରେ ପୁଣି ଅଶାନ୍ତି

ଭୁବନେଶ୍ୱର : ରାଜ୍ୟର ରାଜଧାନୀ ଭୁବନେଶ୍ୱରର ପୁରାତନ ଓ ପ୍ରତିଷ୍ଠିତ କଲେଜ ‘ବକ୍ସି ଜଗବନ୍ଧୁ ବିନାୟକ ସ୍ୱୟଂଶାସିତ ମହାବିଦ୍ୟାଳୟ’ରେ ପୁଣି ଥରେ ଅଶାନ୍ତିର ବାତାବରଣ ଦେଖାଯାଇଛି। ବିଜେବି କଲେଜ ପରିସରରେ ଶନିବାର ପୁଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୩ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବିଜେବି କଲେଜର ଆମ୍ବେଦକର ହଷ୍ଟେଲର ୩ ଜଣ ଛାତ୍ରଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଏହି ମହାଭାରତ ହୋଇଥିଲା। ଛାତ୍ରମାନେ ସକାଳୁ କ୍ରିକେଟ ଖେଳୁଥିବା ବେଳେ ଅଣଛାତ୍ର ଖେଳିବା ପାଇଁ ସେଠାକୁ ଆସିଥିଲେ। ଅଣଛାତ୍ରମାନେ ମଧ୍ୟ ଛାତ୍ରମାନଙ୍କ ସହିତ କ୍ରିକେଟ ଖେଳିବାକୁ କହିଥିଲେ। କିନ୍ତୁ ବିଜେବି କଲେଜର ଛାତ୍ରମାନେ ମନା କରିବାରୁ ସେମାନଙ୍କ ସହିତ ଅଣଛାତ୍ରମାନେ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ବଡ଼ଗଡ଼ ପୁଲିସ କିଛି ଅଣଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ବିଜେବି କଲେଜ ପଛପଟରେ ଇଣ୍ଟିଗ୍ରେଟେଡ଼ ଏମ୍‌ବିଏ ଛାତ୍ର ଶାଶ୍ୱତ ପଣ୍ଡାଙ୍କୁ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଶାଶ୍ୱତଙ୍କୁ କାଚ ବୋତଲରେ ଆକ୍ରମଣ ହୋଇଥିଲା। ଗୁରୁତର ଶାଶ୍ୱତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବଡ଼ଗଡ଼ ପୁଲିସ ଏହି ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଜାନୁଆରି ପ୍ରଥମ ସପ୍ତାହରେ ବିଜେବି କଲେଜ ରାଗିଂ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ଅନ୍ୟ ୩ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ‌‌‌ରେ ହାଜର କରିଥିଲା ଅପରପକ୍ଷେ କଲେଜ କର୍ତ୍ତୃପକ୍ଷ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ୪ଛାତ୍ରଙ୍କୁ କଲେଜରୁ ନିଲମ୍ବନ କରିଦେଇଥିଲା। ଏ ସଂପର୍କ‌ରେ କଲେଜ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ୍‌ ଜାରି କରାଯାଇଥିଲା।

Share Now:

Kalinga News Beuro

Next Post

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

Sat Apr 22 , 2023
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି। ଏହି ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ଉଲେଖ ରହିଛି। ଲୋକାୟୁକ୍ତଙ୍କ ଅନୁମତି ପରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଶ୍ରୀ […]
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial