ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଖସେଇ ଦେଇ ଖୋଜୁଛି ପୁଲିସ

ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ହତ୍ୟା

ଭୁବନେଶ୍ବର : ପୁଲିସ ଅବହେଳାର ସୁଯୋଗ ନେଇ ଅଭିଯୁକ୍ତମାନେ ଖସିଗଲେ। ଏବେ ଖୋଜିଲା ବେଳକୁ ସେମାନେ ଚମ୍ପଟ୍ ମାରିଛନ୍ତି। ତେଣୁ ମାସକ ପରେ ବି ପୁଲିସ ହାତ ଖାଲି। ଏହା ହେଉଛି ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ମାମଲାରେ ପୁଲିସର ଅସହାୟତାର କାହାଣୀ। ଏଣେ ମୃତକଙ୍କ ପରିବାର ଲୋକେ ପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ଦାବି କରି ଥାନାକୁ ଧାଇଁ ଧାଇଁ ନୟାନ୍ତ ହୋଇପଡ଼ିଲେଣି।
ସୂଚନାଯୋଗ୍ୟ ଗତ ଅଗଷ୍ଟ ୫ ତାରିଖ ସନ୍ଧ୍ୟାରେ ତ୍ରିନାଥଙ୍କୁ କ୍ଷତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା। କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାର ପର ଦିନ ତାଙ୍କ ବାପା ବାବାଜୀ ସେଠୀ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ତ୍ରିନାଥଙ୍କ ମୃତଦେହରେ ବହୁ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ସେତେବେଳେ ବାବାଜୀଙ୍କ ଅଭିଯୋଗକୁ ଅଣଦେଖା କରିଥିଲା। ତ୍ରିନାଥ ଅନ୍ୟ ୪ ଜଣ ଅନ୍ତେବାସୀଙ୍କ ସହ ନିଶା ନିବାରଣ କେନ୍ଦ୍ରରୁ ପଳାଇବା ପାଇଁ ଛାତ ଡେଇଁଲା ବେଳେ ପଡ଼ିଯାଇ ଆହତ ହୋଇଥିଲେ ବୋଲି କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସଫେଇକୁ ପୁଲିସ ବିଶ୍ବାସ କରି ଯାଇଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତ୍ରିନାଥଙ୍କୁ ଲୁହା ରଡ୍ ଭଳି ଶକ୍ତ ଜିନିଷରେ ପିଟିପିଟି ହତ୍ୟା କରାଯାଇଛି। ଏହା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। କିନ୍ତୁ ଏହା ଜଣାପଡ଼ିବା ପରେ କେନ୍ଦ୍ରର କର୍ମଚାରୀ ଓ କର୍ତ୍ତୃପକ୍ଷ ଫେରାର୍ ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଖୋଜି ପାଉନାହିଁ।

Share Now:

Kalinga News Beuro

Next Post

୬ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି

Tue Sep 7 , 2021
ଭୁବନେଶ୍ବର : ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ଆଉ ୨୪ ଘଣ୍ଟା ଲଘୁଚାପଜନିତ ବର୍ଷା ଲାଗି ରହିବ ଏବଂ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ। […]
ସାରା ରାଜ୍ୟରେ ଲଘୁଚାପ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial