ଜଳେଶ୍ୱର ମୋଟର୍ସରେ ବଡ଼ ଧରଣର ଜି ଏସ୍ ଟି ଚଢ଼ାଉ : କୋଟି କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗ

ଜଳେଶ୍ବର ମୋଟର୍ସରେ ବଡ଼ ଧରଣର ଜି ଏସ୍ ଟି ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ଗାଡ଼ି ସୋରୁମ ଜଳେଶ୍ୱର ମୋଟର୍ସରେ ଏକ ବଡ଼ ଧରଣର ଜି ଏସ୍ ଟି ରେଡ କରାଯାଉଥିବାର ଖବର ମିଳିଛି। ସେଣ୍ଟ୍ରାଲ ଜିଏସଟି ଏହି ଚଢ଼ାଉ କରୁଥିବା ଜଣାଯାଇଛି। ଜଳେଶ୍ୱର ମୋଟର୍ସର ପୁରୁଣା କାର ସୋରୁମରେ ଏହି ଚଢ଼ାଉ ଚାଲିଛି। କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ଆସିବା ପରେ କାଗଜପତ୍ର, ଫାଇଲ ଯାଞ୍ଚ କରିବା ସହ ମାଲିକଙ୍କୁ ପଚରାଉଚରା କରୁଛି ଜିଏସଟି ଟିମ୍। ଏଠାରେ ଏକକାଳୀନ ୪ଟି ଟିମ ଚଢ଼ାଉ କରୁଥିବା ବେଳେ ୧୫ରୁ ଅଧିକ ଅଫିସର ଓ ବନ୍ଧୁକଧାରୀ ପୁଲିସ ଏଥିରେ ନିୟୋଜିତ ଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି : କେବେ ସୁଧୁରିବ ରସୁଲଗଡ଼-ପାଣ୍ଡରା ରାସ୍ତା ?

Mon Nov 7 , 2022
ଭୁବନେଶ୍ୱର: ରସୁଲଗଡ଼ଠାରୁ ଜିଜିପି କଲୋନି ଦେଇ ପାଣ୍ଡରା ନିକଟ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା କାମ ବିଳମ୍ବିତ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖଯାଇଛି। ସ୍ୱରେଜ କାମ ସିନା ହେଲା, କିନ୍ତୁ ରାସ୍ତାକୁ ମରଣଯନ୍ତା କରି ଛାଡ଼ି ଦିଆଯାଇଛି। ଫଳରେ ଅଞ୍ଚଳବାସୀ ଏବେ ଧୂଳି, ଧୂସର, ଖାଲ, ଢିପ ରାସ୍ତାରେ ଘାଣ୍ଟି ହେଉଛନ୍ତି। ବର୍ଷ ବର୍ଷ ଧରି ଏହି ରାସ୍ତା ଯୋଗୁଁ ଯନ୍ତ୍ରଣା ଭୋଗୁଥିବା ଅଞ୍ଚଳବାସୀଙ୍କ […]
କେବେ ହେବ ରସୁଲଗଡ଼-ପାଣ୍ଡରା ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial