ଟ୍ୱିନସିଟିରେ ଆମାନିଆଙ୍କ ଠାରୁ ୧୮୬କୋଟିରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ

ଟ୍ବିନ ସିଟିରେ ୧୮୬କୋଟିରୁ ଊର୍ଦ୍ଧ୍ବ ଜରିମାନା ଆଦାୟ

ଭୁବନେଶ୍ୱର: କମିସନରେଟ୍‌ ପୁଲିସ (କଟକ ଓ ଭୁବନେଶ୍ୱର) ଅଧିନରେ ଗାଡ଼ି ଚଳାଉଥିଲେ ସତର୍କ ହୋଇଯାଆନ୍ତୁ। ମଦ ପିଇ ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଗାଡ଼ି ଚଳାଇବା ଅଭିଯୋଗରେ ଅମାନିଆ ଚାଳକଙ୍କ ଠାରୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ତିନି ବର୍ଷରେ ଟ୍ୱିନ ସିଟିରେ ସର୍ବମୋଟ ନିୟମ ଉଲ୍ଲଙ୍ଘନ କରିଛନ୍ତି ୧କୋଟି ୮୫ ଲକ୍ଷ ୨୩୯୪ ଜଣ ଉଲଙ୍ଘନକାରୀ। ସେମାନଙ୍କ ଠାରୁ ୧୮୬କୋଟିରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ ହୋଇଛି। ବିଧାୟକ ସୈଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ବିନା ହେଲମେଟରେ ବିଗତ ତିନି ବର୍ଷରେ, ୮ଲକ୍ଷ ୬୬ ହଜାର ୪୬୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଜରିମାନା ଆଦାୟ ହୋଇଛି।
ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି ୧୪ହଜାର ୮ଶହ ୬୫ ଜଣ। ସେମାନଙ୍କ ଠାରୁ ଜରିମାନା ଆଦାୟ ହୋଇଛି ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା। ସେହିପରି ବିନା ସିଟ୍ ବେଲ୍ଟରେ ୧୯୬୪୩ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ଟଙ୍କା ଆଦାୟ ହୋଇଛି। ରଙ୍ଗ ରୁଟରେ ଗାଡି ଚଲାଇ ୧୮,୭୨୫ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ଠାରୁ ୮କୋଟି ୭୭ଲକ୍ଷ ୯ହଜାର୧୦୦ ଟଙ୍କା ଆଦାୟ କରାଯାଇଛି। ମଦ୍ୟପାନ କରି ୫୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଜରିମାନା ଆଦାୟ ହୋଇଛି।

Share Now:

Kalinga News Beuro

Next Post

ଖରାପ ରାସ୍ତା ପାଇଁ ଯୁବ ଡାକ୍ତରଙ୍କୁ ଡାକିନେଲା ମୃତ୍ୟୁ

Mon Sep 25 , 2023
ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବ ପ୍ରଶାସନ ? ଭୁବନେଶ୍ୱର: ଗତ ଶନିବାର ବିଳମ୍ବିତ ରାତିରେ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ ତଳେ ଘଟିଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ ମିଳିଛି। ମୃତକ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳସ୍ଥ ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍‌ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ଯୁବ ଡାକ୍ତର ଅମିତ୍ କୁମାର ବିଶୋୟୀ(୨୬)। ଗଞ୍ଜାମ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଅମିତ୍ କଳିଙ୍ଗବିହାର କେ-୪ ଅଞ୍ଚଳରେ ରହୁଥିଲେ। […]
ବାଟରୁ ଯୁବ ଡାକ୍ତରଙ୍କୁ ଡାକିନେଲା ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial