ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ମାରିଥିବାର ଖବର ମିଳିଛି। ମୃତକଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ, ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉଭୟ ଅଭିଯୁକ୍ତ ପୁଅଙ୍କ ବୟସ ଯଥାକ୍ରମେ ୧୨ ଏବଂ ୧୫ ବର୍ଷ । ଉଭୟେ ସ୍କୁଲରେ ପଢୁଥିବା ଜଣାଯାଇଛି। ଏହି ଅଘଟଣ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଘଟିଥିଲା। ଖବର ପାଇ ରାତି ପ୍ରାୟ ୧ଟା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିନୋଦିନୀ ମିଶ୍ରଙ୍କ ଶବକୁ ଜବତ କରିବା ସହ ପଚରାଉଚରା ପାଇଁ ଦୁଇ ଅଭିଯୁକ୍ତ ନାବାଳକ ପୁଅଙ୍କୁ ମଧ୍ୟ ଅଟକ ରଖିଥିବାର ସୂଚନା ମିଳିଛି।

Share Now:

Kalinga News Beuro

Next Post

ଧରାକୋଟ ଜଗନ୍ନାଥ ମନ୍ଦିର ପାଚେରୀ କଡ ଜବରଦଖଲ ଓ ଅଳିଆ ଆବର୍ଜନା ହଟିବ କେବେ

Thu Sep 17 , 2020
ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବେ କି…? ଧରାକୋଟ: ଧରାକୋଟ ଗଡଜାତ ଅଞ୍ଚଳର ଆରାଧ୍ୟ ଦେବତା ଭାବରେ ଦୀର୍ଘ ୩୦୦ବର୍ଷରୁ ଅଧିକ ହେବ ପୂଜାପାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ। ଧରାକୋଟ ରାଜପରିବାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିରର ସମସ୍ତ ନୀତିକାନ୍ତି ହୋଇଆସୁଛି।ଧରାକୋଟ ସହରର ମୁଖ୍ୟ ସ୍ଥାନରେ ମନ୍ଦିରଟି ଥିବାରୁ ପ୍ରତିଦିନ ଭକ୍ତ ଓ ସ୍ଥାନୀୟ ଲୋକଙ୍କର ଚଳପ୍ରଚଳ ସେହି ଅଞ୍ଚଳରେ ହୋଇଥାଏ। ଏହି ଅଞ୍ଚଳର ରାସ୍ତାଘାଟ ,ବିଜୁଳି ଆଲୋକ […]
Dharakote Jagannath temple Pacheri (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial