ଧରାକୋଟ ଜଗନ୍ନାଥ ମନ୍ଦିର ପାଚେରୀ କଡ ଜବରଦଖଲ ଓ ଅଳିଆ ଆବର୍ଜନା ହଟିବ କେବେ

Dharakote Jagannath temple Pacheri (1)

ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବେ କି…?

ଧରାକୋଟ: ଧରାକୋଟ ଗଡଜାତ ଅଞ୍ଚଳର ଆରାଧ୍ୟ ଦେବତା ଭାବରେ ଦୀର୍ଘ ୩୦୦ବର୍ଷରୁ ଅଧିକ ହେବ ପୂଜାପାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ। ଧରାକୋଟ ରାଜପରିବାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିରର ସମସ୍ତ ନୀତିକାନ୍ତି ହୋଇଆସୁଛି।ଧରାକୋଟ ସହରର ମୁଖ୍ୟ ସ୍ଥାନରେ ମନ୍ଦିରଟି ଥିବାରୁ ପ୍ରତିଦିନ ଭକ୍ତ ଓ ସ୍ଥାନୀୟ ଲୋକଙ୍କର ଚଳପ୍ରଚଳ ସେହି ଅଞ୍ଚଳରେ ହୋଇଥାଏ। ଏହି ଅଞ୍ଚଳର ରାସ୍ତାଘାଟ ,ବିଜୁଳି ଆଲୋକ ଓ ପରିମଳର ବ୍ୟବସ୍ଥା ସ୍ଥାନୀୟ ପଞ୍ଚାୟତ ବୁଝିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯେ ମନ୍ଦିରର ଚତୁପାର୍ଶ୍ବରୁ କିଛି ସ୍ଥାନ ଲୋକମାନଙ୍କର କବଜାରେ ରହିଥିବାବେଳେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ଥିଲାପରି ଲାଗୁଛି। କିଛି ଲୋକ କେବିନ ପକାଇ ଅବରୋଧ କରି ରଖିଥିବାବେଳେ ସ୍ଥାନୀୟ ବଜାରର ସମସ୍ତ ଆବର୍ଜନାକୁ ମନ୍ଦିର ପାଚେରୀ କଡରେ ପକାଇ ମନ୍ଦିର ପରିବେଶକୁ ପୂତିଗନ୍ଧମୟ କରିଦେଉଛନ୍ତି। ଦୀର୍ଘଦିନ ଧରି ଅଳିଆ ପଡୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ବର୍ତ୍ତମାନ ମହାମାରୀ କରୋନା ସମୟରେ ସମସ୍ତ ଅଞ୍ଚଳକୁ ପରିଷ୍କାର କରାଯାଇ ବିଶୋଧନ କରାଯିବାର ଆବଶ୍ୟକତା ରହିଛି। ତେଣୁ ବିଡ଼ିଓ,ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଅନୁରୋଧ କରାଯାଉଛି।

Share Now:

Kalinga News Beuro

Next Post

୭୦ରେ ପାଦ ଥାପିଲେ ମୋଦୀ : ଭୁବନେଶ୍ବରର ଯୁବ କଂଗ୍ରେସ ପାଳନ କଲା ବେରୋଜଗାର ଦିବସ

Thu Sep 17 , 2020
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୦ ତମ ଜନ୍ମଦିନ। ବିଶ୍ୱର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ହେଲେ କିଛି ଯୁବପିଢ଼ି ଟୁଇଟରରେ #ନ୍ୟାସନାଲଅନଏମ୍ପଲଏମେଣ୍ଟଡେ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଟ୍ୱିଟର ବ୍ୟବହାରକାରୀ ଆଜି ସର୍ବନିମ୍ନ ଜିଡିପି (-୨୩.୯%), ସ୍ୱଳ୍ପ କୃଷି ଆୟ, ଉଚ୍ଚ […]
ନ୍ୟାସନାଲଅନଏମ୍ପଲଏମେଣ୍ଟଡେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial