ରଗଡ଼ି କୋଟଦ୍ବାର ମୌଜାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୩ ଏକର ଗଜା ଆଖୁ ବିଲ

ରଗଡ଼ି କୋଟଦ୍ବାର ମୌଜାରେ ଭୟାବହ ଅଗ୍ନିକାଣ୍ଡ

ଡମପଡ଼ା: କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ୍‌ ଅଧୀନ ରଗଡ଼ି ପଞ୍ଚାୟତ କୋଟଦ୍ୱାର ମୌଜାରେ ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୩ ଏକର ଗଜା ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଙ୍କୀରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ ୮ଜଣ ଚାଷୀଙ୍କ ଆଖୁ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅଚାନକ କୋଟଦ୍ବାର ଗ୍ରାମ ନିକଟ ଆଖୁ ବିଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଗ୍ରାମବାସୀ ଓ ଚାଷୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହିତ ବାହିନୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ପ୍ରାୟ ୨ଘଣ୍ଟା ଆପ୍ରାଣ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରେମାନନ୍ଦ ଦଳେଇ, ବିଚିତ୍ର ବିଶ୍ୱାଳ, ରାଜେନ୍ଦ୍ର ବିଶ୍ୱାଳ, ବାବାଜୀ ଦେଉରୀ ଓ ଶ୍ୟାମସୁନ୍ଦର ରଣାଙ୍କ ୨ ଏକର ଲେଖାଏଁ ଏବଂ ପବିତ୍ର ବିଶ୍ୱାଳ, ଗାଙ୍ଗୁଆ ଦେଉରୀ ଓ ଧରଣୀଧର ବିଶ୍ୱାଳ ୧ ଏକର ଲେଖାଏଁ ମୋଟ ୧୩ ଏକର ଜମିରେ ଗଜା ଆଖୁ ନଷ୍ଟ ହୋଇଯାଇଥିବା ବାଙ୍କୀ ଅଗ୍ନିଶମ ଅଧିକାରୀ ପ୍ରଫୁଲ୍ଲ କୁମାର ଓଝା ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗ ହାବିଲଦାର ଅଭିରାମ ପଣ୍ଡା, ଜିତେନ୍ଦ୍ର ପ୍ରଧାନ, ସତ୍ୟବ୍ରତ ସ୍ୱାଇଁ, ସୌମ୍ୟରଂଜନ ପଣ୍ଡା, ସରୋଜ କୁମାର ସାମଲ, ବିଭା ହାଁସଦା, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅପରପକ୍ଷରେ ଅଗ୍ନିକାଣ୍ଡ ଯୋଗୁଁ ବିପନ୍ନ ଚାଷୀମାନେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଖୁ କିଆରି ଜଳି ଯିବା ପରେ ସେମାନେ ପରିବାର କିପରି ଭରଣପୋଷଣ କରିବେ ଏବଂ ମହାଜନଙ୍କ କିଭଳି କରଜ ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

Share Now:

Kalinga News Beuro

Next Post

ଶୁକଶାରି ମନ୍ଦିର ଚଟାଣ ଡ୍ରେନ୍‌ ପ୍ରସଙ୍ଗ: ଦୋଷ ଲୁଚାଇବାକୁ ଏଏସ୍‌ଆଇର ପ୍ରୟାସ

Sat Feb 27 , 2021
ଫଟୋ ଇଠାଇବାକୁ ବାରଣ କଲେ ପୁରୁଣା ଭୁବନେଶ୍ୱର: ଖନନ କାମ ଚାଲିଥିବାବେଳେ ଶୁକଶାରି ମନ୍ଦିର ଚଟାଣରୁ ମିଳିଥିବା ଡ୍ରେନ୍‌କୁ ନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ଅକଳରେ ପଡ଼ିଛନ୍ତି। ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାରେ ଅବହେଳା ହୋଇଥିବା କାରଣରୁ ଡ୍ରେନ୍‌ ନିର୍ମାଣ ହୋଇଥିଲା ବୋଲି ଜଣାପଡ଼ିବା ପରେ ଏଏସ୍‌ଆଇ ଦୋଷ ଲୁଚାଇବାକୁ ଉଦ୍ୟମ ଆରମ୍ଭ କରିଛି। ତେଣୁ ଖନନ ଚାଲିଥିବା ସ୍ଥାନକୁ ବାହାର ଲୋକଙ୍କୁ ଛଡ଼ା ଯାଉନାହିଁ କି କାହାକୁ ଫଟୋ ଉଠାଇବାକୁ ଦିଆଯାଉନାହିଁ। […]
ଦୋଷ ଲୁଚାଇବାକୁ ଏଏସ୍‌ଆଇର ପ୍ରୟାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial