କୁଖ୍ୟାତ ଅପରାଧୀ ପିନୁକୁ ଏନକାଉଣ୍ଟର କଲା ପୁଲିସ

କୁଖ୍ୟାତ ଅପରାଧୀ ପିନାକୀ ବରାଳ ଆହତ

ଗୁଳିବିନିମୟ ବେଳେ ପୁଲିସ ଏସ୍‌ଆଇ ସାମାନ୍ୟ ଆହତ

ପୁରୀ: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍‌କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟରେ ଥିବା ଶଙ୍ଖେଶ୍ଵର ଜଙ୍ଗଲରେ ପୁଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳିରେ ପିନୁ ଆହତ ହୋଇଥିଲା। ପିନୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପିସ୍ତଲ ଓ ୨ଟି ଗୁଳି ଜବତ ହୋଇଛି। ତେବେ ଅପରାଧୀ ପିନୁ ସହିତ ଗୁଳିବିନିମୟ ବେଳେ ଏସ୍‌ଆଇ ବି ମାଝୀ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ କହିଛି ଯେ, କୁଖ୍ୟାତ ଅପରାଧୀ ପିନୁ ନାଁରେ ବାସେଳିସାହି, ତାଳବଣିଆ ଓ କୁମ୍ଭାରପଡ଼ା ଥାନାରେ ହତ୍ୟା ଉଦ୍ୟମ, ଆକ୍ରମଣ, ଦାଦାବଟି, ରାହଜାନୀ ଇତ୍ୟାଦି ଘଟଣାରେ ୧୧ରୁ ଉର୍ଦ୍ଧ୍ଵ ମାମଲା ରହିଛି। ପୁଲିସ କହିଛି ଘଟଣାସ୍ଥଳରୁ ପିସ୍ତଲ, ଗୁଳି, ନମ୍ବର ବିହୀନ ବାଇକ୍‌ ଓ ମୋବାଇଲ ଜବତ କରିଛି।

Share Now:

Kalinga News Beuro

Next Post

ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ

Thu Aug 24 , 2023
ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର ହତ୍ୟାକାରୀକୁ ପୁଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା।ଏହି ହତ୍ୟାକାଣ୍ଡରେ ପୁଲିସ କାହାକୁ ଗିରଫ କରୁନଥିବା ବେଳେ […]
ନବୀନ ନିବାସ ଆଗରେ ଆତ୍ମହତ୍ୟା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial