ଭଙ୍ଗା କାଚବୋତଲରେ ଯୁବକ ଗୁରୁତର : ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି

ଭଙ୍ଗା କାଚବୋତଲରେ ଯୁବକ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଦିନକୁଦିନ ଅସୁରକ୍ଷିତ ହୋଇଯାଇଛି। ସହରର ଜନଗହଳିପୂର୍ଣ୍ଣ ଛକ ଓ ସ୍ଥାନ‌କୁ ସିସିଟିଭି କ୍ୟାମେରା ନଜର ରଖିବା ଓ କମିସନରେଟ ପୁଲିସର ଉପସ୍ଥିତ ଥିବା ବେଳେ ଅସାମାଜିକ ବ୍ୟକ୍ତିମାନେ ଏହାକୁ ଆଦୌ ଖାତିର କରୁନାହାନ୍ତି। ଶନିବାର ଅପରାହ୍ନରେ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ଘଟିଥିବା ଏକ ଅଭାବନୀୟ ଘଟଣା ଏହାକୁ ପ୍ରମାଣିତ କରୁଛି। ଏଠାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଗୁରୁତର ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।
ତେବେ ଗୁରୁତର ଯୁବକଙ୍କ କହିବା ଅନୁସାରେ ନିଶା କାରବାରକୁ ନେଇ କିଛି ଦୁର୍ବୃତ୍ତ ପୀଡିତ ଯୁବକଙ୍କ ଶରୀରରେ ଭଙ୍ଗା କାଚବୋତଲ ଭୁସି ଦେଇଛନ୍ତି। ଅନ୍ୟପଟରେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବକ ଜଣକ ବ୍ରାଉନ୍‌ସୁଗାର କାରବାରକୁ ନେଇ ଭଙ୍ଗା କାଚ ବୋତଲ ନିଜ ଦେହରେ ଭୁସି ଦେଇଥିଲେ। ଏହି ଅପ୍ରୀତିକର ଅଘଟଣ ପରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଘଟଣାସ୍ଥଳରେ କମିସନରେଟ୍ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି।

Share Now:

Kalinga News Beuro

Next Post

ଭାରତରେ ଦର ଆକାଶଛୁଆଁ : ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ

Sat Aug 12 , 2023
ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି। ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ ଟମାଟୋ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ନେପାଳ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବଜାରରେ ପ୍ରବେଶ ପାଇଁ ଭାରତ ସରକାର ଅନୁମତି ଦେଲେ ବିପୁଳ ପରିମାଣରେ ଟମାଟୋ ରପ୍ତାନି କରିବାକୁ ସେମାନେ […]
ଭାରତରେ ଦର ଆକାଶଛୁଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial