ଭାରତରେ ଦର ଆକାଶଛୁଆଁ : ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ

ଭାରତରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି। ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ ଟମାଟୋ ଯୋଗାଇବାକୁ ପ୍ରସ୍ତାବ ଦେଇଛି। ନେପାଳ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବଜାରରେ ପ୍ରବେଶ ପାଇଁ ଭାରତ ସରକାର ଅନୁମତି ଦେଲେ ବିପୁଳ ପରିମାଣରେ ଟମାଟୋ ରପ୍ତାନି କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ନେପାଳ କୃଷି ମନ୍ତ୍ରାଳୟର ମୁଖପାତ୍ର ସବନମ୍ ଶିବକୋଟି କହିଛନ୍ତି ଯେ ତାଙ୍କ ଦେଶ ଦୀର୍ଘ ମିଆଦୀ ଭିତ୍ତିରେ ଭାରତକୁ ଟମାଟୋ ପଠାଇବାକୁ ପ୍ରସ୍ତୁତ ଅଛି। କେବଳ ଭାରତ ସରକାର ବଜାର ଅନୁମତି ଓ ଅନ୍ୟାନ୍ୟ ସୁବିଧା ଦେଲେ ଟମାଟୋ ରପ୍ତାନି ଆରମ୍ଭ ହୋଇପାରିବ। କିଛିଦିନ ତଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଭାରତ ନେପାଳରୁ ଟମାଟୋ ଆମଦାନୀ କରିବା ଆରମ୍ଭ କରିଛି। ତାଙ୍କର ଏହି ବୟାନ ପରେ ନେପାଳ ପକ୍ଷରୁ ଏହି ମନ୍ତବ୍ୟ ଆସିଛି।
ନେପାଳର ୩ଟି ଜିଲ୍ଲା କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁରରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୁଏ, ଯାହାକି ନେପାଳର ଚାହିଦାଠାରୁ ଢେର୍ ଅଧିକ। ଏହି କାରଣରୁ ଭାରତକୁ ନିଜର ବଳକା ଟମାଟୋ ରପ୍ତାନି କରିବାକୁ ଇଚ୍ଛା ପ୍ରକାଶ କରିଛି ନେପାଳ। ଗତ ମାସରେ ନେପାଳର ଚାଷୀମାନେ କାଲିମାଟି ମାର୍କେଟ୍ ନିକଟରେ ୬୦ରୁ ୭୦ ହଜାର ଟନ ଟମାଟୋ ଫିଙ୍ଗିଦେଇଥିଲେ। ଟମାଟୋର ଉପଯୁକ୍ତ ଦର ନ ମିଳିବାରୁ ସେମାନେ ଏହା କରିଥିଲେ। କିନ୍ତୁ ଏବେ ନେପାଳ ଚାଷୀମାନେ ଚୋରାରେ ଭାରତକୁ ଟମାଟୋ ପଠାଇବା ପରେ ସେଠାରେ ଦର ବଢିଯାଇଛି।

Share Now:

Kalinga News Beuro

Next Post

ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର

Sat Aug 12 , 2023
ଗଙ୍ଗାରାମ ବଦଳରେ ଫସିଗଲେ ଗଙ୍ଗା,ମାମଲା ରଫାଦଫା ପାଇଁ ୧୦,୦୦୦ ଟଙ୍କାର ଡିଲ୍ ଅଭିଯୋଗ ମାଲକାନଗିରି: ଜିଲ୍ଲାର ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯିବା ଘଟଣା ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଥିବା ବେଳେ ଆଉ ଜଣେ ବ୍ୟକ୍ତିର ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଦିବ୍ୟାଙ୍ଗ ଯୁବକ […]
ଦିବ୍ୟାଙ୍ଗଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial